ଏନ୍ ଇ ପି ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ-୨୦୨୫

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସରସ୍ବତୀ ଶିଶୁ ମନ୍ଦିର ଯୋଜନା ଆଧାରିରେ ଭୁବନେଶ୍ୱର ୟୁନିଟ -୩ ସଙ୍କୁଳ ସ୍ତରୀୟ ସାମୂହିକ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଭୀମ ଟାଙ୍ଗୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିର ତା.୨୮.୦୪.୨୫ ରିଖ ସୋମ ବାର ଠାରୁ ଆରମ୍ଭ ହୋଇ ତା.୩୦.୦୪.୨୫ ରିଖ ଅପରାହ୍ନରେ ଉଦଯାପନ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ କ୍ୟାପିଟାଲ ହସ୍ପିଟାଲର ଅସ୍ଥି ଶଲ୍ୟ ବିଭାଗର ବରିଷ୍ଠ ଡ଼ାକ୍ତର ଶ୍ରୀଯୁକ୍ତ ନାରାୟଣ ରାଉତ, ଭୁବନେଶ୍ୱର ମହାନଗରର ସଂଘ ଚାଳକ ଶ୍ରୀଯୁକ୍ତ ଶ୍ରୀନିବାସ ମାନସିଂହ, ଶିକ୍ଷାବିତ୍ ଶ୍ରୀମତୀ କମଳ କୁମାରୀ ଦାସ ଓ ସଙ୍କୁଳ ପ୍ରମୁଖ ଶ୍ରୀ ମହେନ୍ଦ୍ର କୁମାର ସାହୁ ଅତିଥି ରୂପେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଭୁବନେଶ୍ୱରର ପ୍ରମୁଖ ୭ ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାୟ ୧୫୬ ଜଣ ଗୁରୁଜୀ ଗୁରୁମା ଯୋଗ ଦେଇ ଥିଲେ। ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ କିପରି ବିଷୟ ଅନୁଯାୟୀ ପାଠ ପଢା ଯିବ ସେ ବିଷୟରେ N E P ଆଧାରରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ଵାରା ଉନ୍ନତ ମାନର ଶିକ୍ଷଣ କୌଶଳ ପ୍ରଦାନ କରାଯାଇଛି । ଉଦଯାପନୀ ଉତ୍ସବରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ,ଭୁବନେଶ୍ୱରର ପ୍ରଫେସର ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା ଯୋଗ ଦେଇ ନୂତନ ଜାତୀୟ ଶିକ୍ଷା ନୀତି ସମ୍ୱଦ୍ଧରେ ବିସ୍ତୃତ ଗୁରୁତ୍ବ ଆରୋପ କରିଥିଲେ। *" ଶିକ୍ଷା ହେଉଛି ଶିଶୁର ମୌଳିକ ଅଧିକାର। ପ୍ରତ୍ୟେକ ଛାତ୍ର ଛାତ୍ରୀ ଦେଶର ଉତ୍ତର ପିଢ଼ି। ଉନ୍ନତ ଛାତ୍ର ବିକଶିତ ରାଷ୍ଟ୍ରର ପ୍ରକୃତ* *ଦାୟଦ।"* ଏହା ଥିଲା ମୁଖ୍ୟ ଅତିଥି ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ବକ୍ତବ୍ୟର ସାର ଗର୍ଭକ ସନ୍ଦେଶ। ଶିକ୍ଷାବିତ୍ ଶ୍ରୀମତୀ ଚପଳା ଜେନା ସ୍ପୋକେନ୍ ଇଂରାଜୀ ଶିକ୍ଷଣ କୌଶଳ ପ୍ରଦାନ କରିଥିଲେ। ଉକ୍ତ ସମାରୋପ ଉତ୍ସବରେ ଶିକ୍ଷାବିତ୍ ଶ୍ରୀଯୁକ୍ତ ରଂଜନ କୁମାର ପରିଡ଼ା, ଶିକ୍ଷାବିତ୍ ଶ୍ରୀ ବିଷ୍ଣୁ ଚରଣ ସାହୁ, ପରିଚାଳନା ସମିତି ସଦସ୍ୟା ଶ୍ରୀମତୀ ମମିତା ରାଣୀ ସେଠୀ, ପୂର୍ବ ସମ୍ଭାଗର ସଦସ୍ୟା ଶ୍ରୀମତୀ ବାସ୍ତବା ଦତ୍ତ ରଥ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ବ୍ୟବସ୍ଥାକୁ ଭୂରି ଭୂରି ପ୍ରଶଂସା କରିଥିଲେ। ସଙ୍କୁଳ ସଂଯୋଜକ ଶ୍ରୀ ନିରଞ୍ଜନ ତରାସ , ପୁରୀ ବିଭାଗ ନିରୀକ୍ଷକ ଶ୍ରୀ ନୃସିଂହ ମିଶ୍ର , ପରିଚାଳନା ସମିତି ସଦସ୍ୟ ଶ୍ରୀ ସନ୍ତୋଷ କୁମାର ମହାପାତ୍ର ଓ ୟୁନିଟ - ୩ ସଙ୍କୁଳ ଅନ୍ତର୍ଗତ ସମସ୍ତ ପ୍ରଧାନ ଆଚାର୍ଯ୍ୟ ମାନଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣ ରେ ଏହି ପ୍ରଶିକ୍ଷଣ ଶିବିରଟି ଉଦଯାପିତ ହୋଇଛି।

powered by social2s