ଦନ୍ତା ଆକ୍ରମାଣରେ ବୃଦ୍ଧ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର : ଦନ୍ତା ହାତୀ ଆକ୍ରମାଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଥିବା ସୂଚନା। ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ନୂଆବାରଙ୍ଗମାଳରେ ଥିବା ଏକ ଜଙ୍ଗଲରୁ ସନ୍ତୋଷ ବଢ଼ାଇ ନାମକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଦେଖି ପୋଲିସ ଓ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ମୃତଦେହ ନିକଟରେ ହାତୀ ପାଦ ଚି଼ହ୍ନ ଦେଖିବାକୁ ମିଳିଥିଲା। ପାଦ ଚି଼ହ୍ନରୁ ହାତୀ ଦ୍ୱାରା ଆକ୍ରମଣ ହୋଇଥିବା ସ୍ପଷ୍ଟ କରିବା ନିମନ୍ତେ ପ୍ରମାଣ ନଷ୍ଟ ନହେବା ପାଇଁ ସେହି ସ୍ଥାନକୁ ଘେରି ରଖିଥିଲେ ଲୋକେ।

powered by social2s