ଆଜି ସାରା ଓଡ଼ିଶାରେ କଳାବୈଶାଖୀ ସମ୍ଭାବନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଜି ସାରା ଓଡ଼ିଶାରେ କଳାବୈଶାଖୀ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଭୁବନେଶରରେ ସର୍ବାଧିକ ପବନ ଝଟକା ଅନୁଭୂତ ହୋଇଥିଲା। ରାଜଧାନୀରେ ସର୍ବାଧିକ ୭୪ ମିମି ବେଗରେ ପବନ ହୋଇଥିଲା। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ଗୁଣ୍ଡୁରୀ ପଞ୍ଚାୟତ ଦେଭୂଇଁ ଗାଁରେ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଆଠମଲ୍ଲିକରେ ମଧ୍ୟ ଗଛ ପଡ଼ି ଜଣେ ଯୁବକ ପ୍ରାଣ ହରାଇଥିବା ଜଣାପଡ଼ିଛି।

powered by social2s