ଶ୍ରୀମନ୍ଦିର ଆମର ହୃଦୟ ଓ ଶ୍ରୀଜଗନ୍ନାଥ ଆମ ହୃଦୟ ର ମାଲିକ: ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦୁଃଖ ଦାୟକ ଘଟଣା, ଯେଉଁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକ ହିସାବ ରେ ସମାଜ ରେ ପରିଚିତ ଓ ପ୍ରତିଷ୍ଠିତ ସେମାନେ ଶୃଙ୍ଖଳିତ ହେବାକୁ ଚାହୁଁ ନାହାନ୍ତି। ଆମେ ଓଡ଼ିଆ ଆମ ମହାପ୍ରଭୁ ଭାରି ବଢିଆ,ଓଡିଶା ବାସୀ ଙ୍କ ଜୀବନ, ଘର ର ମୁରବି ଓ ସୁଖ ଦୁଃଖର ସାଥି ମହାପ୍ରଭୁ ଙ୍କ ପ୍ରତି ଅବହେଳା ଗ୍ରହଣୀୟ ନୁହେଁ, ଯେଉଁ ସେବାୟତ ମାନେ ମହାପ୍ରଭୁ ଙ୍କ ସେବା କରିବାର ସୁଯୋଗ ପାଇଥିଲେ ଓ ତାଙ୍କର ଅଙ୍ଗ ରକ୍ଷକ ଭାବେ ଛାଇ ଭଳି ଯଗିକି ରହିଥିଲେ ସେମାନ ଙ୍କ ଭିତରୁ ସ୍ୱଳ୍ପ ସେବାୟତ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରତିଷ୍ଠା କରିବାକୁ ଆଗେଇ ଆସିଲେଣି ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ମତବ୍ୟକ୍ତ କରାଯାଇଛି। ସଂସ୍ଥାନ ର ସଦସ୍ୟ ମାନେ ପ୍ରକାଶ କରିଛନ୍ତି ଯେ ଏଠି ଆମର ଗୋଟେ ଛୋଟ ପ୍ରଶ୍ନ ବୋଧ ହୁଏ ସେମାନେ ସେବା କରି କରି ଘେସରା ହୋଇଗଲେଣି, ନ ହେଲେ ମନରେ ବିତୁଷ୍ଣା ଭାବ ଆସି ଯେଉଁଥି ପାଇଁ ହେଉ କିଛି ଅଧିକା କରିବାକୁ ଇଛା କରି ମହାପ୍ରଭୁ ଙ୍କ ସାଙ୍ଗରେ ରହି ରହି ମହାପ୍ରଭୁ ଙ୍କୁ ପ୍ରତିଷ୍ଠା କରିବାକୁ ଆଗେଇ ଆସିଲେଣି,.ଯେଉଁ ନିଯୋଗ ର ପୂଜ୍ୟ ସେବାୟତ ମାନେ ଏହାକୁ ବିରୋଧ କରି ସାମିଲ ହୋଇ ନାହାନ୍ତି ସେମାନେ ଓଡିଶା ବାସୀଙ୍କ ହୃଦୟ ରେ ଚିରଦିନ ପାଇଁ ରହିଗଲେ ଜୟ ଶ୍ରୀଜଗନ୍ନାଥ ଦୀଘା ଜଗନ୍ନାଥ ମନ୍ଦିର ଏକ ପର୍ଯ୍ୟଟନସ୍ଥଳୀ ହୋଇପାରେ କିନ୍ତୁ ଧାମ କହିଲେ, ତାହା ହେଉଛି ଶ୍ରୀଜଗନ୍ନାଥ ଧାମ,ପୃଥିବୀ ରେ ଆଉ ବହୁତ ଶ୍ରୀ ଜଗନ୍ନାଥ ମନ୍ଦିର ହୋଇ ପାରିବ କିନ୍ତୁ ଧାମ ହେଉଛି ଶ୍ରୀଜଗନ୍ନାଥ ଧାମ। ଆଉ କୌଣସି ଜାଗାକୁ ଧାମ କୁହା ଯାଇ ପାରିବ ନାହିଁ,ଶେଷରେ ଆମେ ଆହ୍ୱାନ କରୁଛୁ ହେ ମହାପ୍ରଭୁ ଙ୍କ ଆଶୀର୍ବାଦ ରୁ ସେବା କରିବାର ସୁଯୋଗ ପାଇଥିବା ଶ୍ରଦ୍ଧେୟ ଓ ପୂଜ୍ୟ ସେବାୟତ ଓ ଭକ୍ତ ମାନେ ଆମେ ଆପଣ ମାନଙ୍କୁ କୋଟି କୋଟି ପ୍ରଣାମ ଜଣାଉଛୁ ଓ ଅନୁରୋଧ କରୁ କି ପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ନେଉ ରାଜନୀତି କରି ଆମ ଠାରୁ ଓ ବିଶ୍ୱବାସୀ ଙ୍କ ଠାରୁ ଦୁରେଇ ଦିଅନ୍ତୁ ନାହିଁ। ଏହା ପ୍ରକାଶ କରିଛନ୍ତି ଡ଼ ନାରାୟଣ ମହାପାତ୍ର ସଭାପତି, ଉମାନାଥ ମିଶ୍ର ସମ୍ପାଦକ ତ୍ରିଲୋଚନ ନାୟକ, ସୁରେଶ ମିଶ୍ର, ବଂଶୀଧର ନାୟକ, ଭାରତୀ ଭୂଷଣ ପଟ୍ଟନାୟକ, ଅକ୍ଷୟ ସାହୁ, ପ୍ରଣବ ପରିଜା ଓ ଶ୍ରୀନିବାସ ରାଓ ପ୍ରମୁଖ।

powered by social2s