ଆସନ୍ତାକାଲି ୪ଟାରେ ବାଜିବ ସାଇରନ୍‌

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆସନ୍ତାକାଲି ଅପରାହ୍ନ ୪ଟାରେ ବାଜିବ ମକ୍‌ ଡ୍ରିଲ୍‌ ପାଇଁ ସାଇରନ୍‌। ଓଡ଼ିଶାର ୧୨ଟି ଜିଲ୍ଲାରେ ମକ୍‌ ଡ୍ରିଲ୍‌ ପାଇଁ ବାଜିବ ସାଇରନ୍‌। ଏହି ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ପର୍ଯ୍ୟାୟ କ୍ରମେ ୭ ଦିନ ଧରି ଚାଲିବ କାର୍ଯ୍ୟକ୍ରମ। କେଉଁ ଅଞ୍ଚଳରେ ମକ୍ ଡ୍ରିଲର ଆବଶ୍ୟକ ତାହା ଜିଲ୍ଲା କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ସାଧାରଣ ତଥା ବେସାମରିକ ଲୋକଙ୍କୁ ସୁରକ୍ଷା ଦେବା ଏହାର ଉଦ୍ଦେଶ୍ୟ। ମକ୍‌ଡ୍ରିଲରେ ବ୍ୟବହାର କରାଯିବ ଓସଡମା ଭିତ୍ତିଭୂମି। ମକ୍‌ ଡ୍ରିଲ୍‌ ଦ୍ବାରା ଲୋକେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବେ। ଏହା ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତି ମାତ୍ର, ଭୟଭୀତ ହେବାର କାରଣ ନାହିଁ। କାଲି ସାରା ଦେଶର ୨୫୯ଟି ସ୍ଥାନରେ ହେବ ମକ୍‌ ଡ୍ରିଲ୍।

powered by social2s