ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିଜ୍ଞପ୍ତି ସଂଖ୍ୟା ୩୦୨୨/ ୧୭.୦୫.୨୦୨୫ ଅନୁଯାୟୀ ଦେବଯାନୀ ଭୂୟାଁ, ଓ.ପ୍ର.ସେ, ଉପ ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଦେବାନନ୍ଦ ବରିହା ନୂତନ ସଚିବଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀ ପ୍ରଦାନ କରି ସ୍ଵାଗତ କରିଥିଲେ ଏବଂ ଏଥିରେ ଏକାଡେମୀର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ନୂତନ ଭାବେ ଯୋଗଦାନ କରିଥିବା ସଚିବ ଏକ ବୈଠକର ଆୟୋଜନ କରି ଆଗାମୀ ଭବିଷ୍ୟତରେ କିପରି ଓଡ଼ିଶାର ଚିତ୍ରଶିଳ୍ପୀମାନଙ୍କ ପାଇଁ କିଛି ଉନ୍ନତିମୂଳକ କାର୍ଯ୍ୟକ୍ରମ ହେବ ଓ ଏହାଦ୍ୱାରା ସେମାନେ କିପରି ଉପକୃତ ହେବେ ତତସହ ଏହାର ରାଜ୍ୟରେ ଯେମିତି ପ୍ରଚାର ଓ ପ୍ରସାର ହେବ ଏହା ଉପରେ ଆଲୋଚନା କରିଥିଲେ ।
powered by social2s

