ଭୁବନେଶ୍ୱର: ସାଢେ ଚାରି କୋଟି ଓଡ଼ିଆ ଙ୍କ ଗର୍ବ ଜଗନ୍ନାଥ ଧାମ ପୁରୀ,ବଡ ବଡ଼ ଚକାଚକା ଆଖିରେ ପ୍ରଭୁ ଚାରି ଦିଗକୁ ଚାହିଁଥିବା ଠାକୁର ସିଏ, ଆମ ଘର ର ମୁରବି, ଶ୍ରୀମନ୍ଦିର ପୁରୀ ରେ ପ୍ରଭୁ ମାନବୀୟ ଲୀଳା କରୁଛନ୍ତି। ଶୁଭ କାର୍ଯ୍ୟକ୍ରମ ରେ ତାଙ୍କ ଫଟୋ ଗୋଟିଏ ନ ଲାଗିଲେ ମାନସିକ ଶାନ୍ତି, ଯେଉଁଠି ଅସୁବିଧା ହେଲେ ସର୍ଵମଙ୍ଗଳ ଜଗନ୍ନାଥ କହି କାମ କରା ହେଉଛି । ତାଙ୍କ ମର୍ତ୍ୟ ବୈକୁଣ୍ଠ ରେ ସେ ଦାରୁ ବ୍ରହ୍ମ ରୂପେ ପ୍ରତିଷ୍ଠିତ, ଯେଉଁ ସେବକ ମାନେ ତାଙ୍କ ଯୋଗୁଁ ପରିଚୟ ପାଇ ଛନ୍ତି ସେମାନେ ମହାପ୍ରଭୁ ଙ୍କ ସମ୍ପର୍କୀୟ କହି ଭଗବାନ ଜଗନ୍ନାଥ ଙ୍କ ପ୍ରତିଷ୍ଠା କରିବାକୁ ଆଗେଇ ଆସିଲେଣି, କିଏ ଦାରୁ ବିକିଦେଲାଣି ତ କିଏ ଜଗନ୍ନାଥ ମନ୍ଦିର କରି ଜଗନ୍ନାଥ ଧାମ ଲେଖି ରେଜିଷ୍ଟ୍ରସନ କରି ସାରିଲେଣି, ମହାପ୍ରଭୁ ଙ୍କ ଦେଶ ତଥା ରାଜ୍ୟ ର ବିଭିନ୍ନ ଜାଗାରେ ଥିବା ସମ୍ପତ୍ତି କୁ ସାଧାରଣ ଲୋକ ନିଜ ଦଖଲ ରେ ରଖିଛନ୍ତି, ଆଜିର ଯୁଗ ରେ ଯୁଆଡେ ଯିବେ ଖାଲି ଭଗବାନ ଦେଖା ଯାଉଛନ୍ତି ସାଧାରଣ ଲୋକର ସ୍ଥିତି ଯଦି ଟିକେ ଭଲ ଥିବ ସେ ନିଜେ ଭଗବାନ ଵନିଯାଉଛନ୍ତି ଏବଂ ଦଣ୍ଡ ଦେବାକୁ ପଛାଉ ନାହାନ୍ତି,ବର୍ତମାନ ଆଉ ଗୋଟେ ମୁଖ୍ୟ ସମସ୍ୟା ଇସ୍କନ ର ଅଦିନିଆ ରଥଯାତ୍ରା ନିଜର ପରିଚୟ ସୃଷ୍ଟି କରିବାକୁ ସେମାନେ ମଧ୍ୟ ଆଗେଇ ଆସିଲେଣି,ବିଶ୍ୱ ରେ ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା କରିବାକୁ ପ୍ରଚାର ଓ ପ୍ରସାର କରି ବାକୁ ବିଜ୍ଞପନ ଦେଲେଣି, ହେଲେ ମହାପ୍ରଭୁ ଆଜି ସେ ସବୁ ଦିଗରୁ ଅବହେଳିତ । କିଏ ତା ନାଁକୁ ନେଇ ବିକୁଛି ତ କିଏ ତା ଦାରୁକୁ ନେଇ ବିକୁଛି, ମହାପ୍ରଭୁ ଙ୍କ ନାମ ନ ନେଇ ଯଦି କାହାର ଅସ୍ତିତ୍ୱ ଅଛି ଇସ୍କନ ତାର ରଥଯାତ୍ରା କିମ୍ଵା ସେବାୟତ ନିମ୍ବ କାଠ ନେଇ ଠାକୁର ପ୍ରତିଷ୍ଠା କରି ପାରିବା କୁ ଚାହୁଁଛନ୍ତି କରନ୍ତୁ, ଦେଖିବା କେତେ ତାଙ୍କୁ ଗ୍ରହଣ କରୁଛନ୍ତି, ଆମେ ଆହ୍ୱାନ କରୁଛୁ ପ୍ରଭୁ ଙ୍କ ନାମ ନ ନେଇ ଆପଣ ମାନେ ନିଜେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ,ବଡ ବିଚିତ୍ର ଦୁନିଆ ସତ କହିଲେ ଅପ୍ରିୟ.. ମିଛ କହିଲେ ଦୋଷ.. ଏଣୁ ହେ ମାନବ ସମାଜ ଏମିତି କେତେ ଦିନ ଆମେ ମିଛ ଅଭିନୟ କରି ବଞ୍ଚିବା ଏବେ ବି ସମୟ ଅଛି ମୁଖ୍ୟ ସ୍ରୋତ କୁ ଫେରି ଆସନ୍ତୁ... ଯେତେବେଳେ ଯେଉଁ ସମୟରେ ଅନୁତପ୍ତ ହୋଇ ଆପଣ କିଛି କରି ବାକୁ ଚାହିଁବେ ପ୍ରଭୁ ଙ୍କ ଆଶୀର୍ବାଦ ମିଳିବ ବୋଲି ପ୍ରକାଶ କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଡ଼ ନାରାୟଣ ମହାପାତ୍ର, ଉମାନାଥ ମିଶ୍ର ସୁରେଶ ଦାସ ତ୍ରିଲୋଚନ ନାୟକ ବଂଶୀଧର ନାୟକ ଭଗବାନ ଦାଶ ଅକ୍ଷୟ ସାହୁ ଶ୍ରୀନିବାସ ରାଓ ଶରତ ମହାପାତ୍ର ପ୍ରମୁଖ।
କହିବା କାହାକୁ.. ଶୁଣିବ କିଏ ବିପଦ ରେ ଶ୍ରୀଜଗନ୍ନାଥ ସଂସ୍କୃତି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

