ଭୁବନେଶ୍ବର: ବିପଦ ରେ ଶ୍ରୀଜଗନ୍ନାଥ ସଂସ୍କୃତି.. ନିଜ ପାଖରେ ଥିବା ଅମୁଲ୍ୟ ଜିନିଷ କୁ ମହତ୍ୱ ଦେବା ଆରମ୍ଭ କରନ୍ତୁ, ଆମେ ଓଡ଼ିଆ ଆମ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାରି ବଢିଆ, ଶ୍ରୀଜଗନ୍ନାଥଙ୍କ ସଂସ୍କୃତି,ନୀତିନିୟମ ବିଧିକୁ ମାନୁ ନଥିବା ବିଧର୍ମୀ ମାନଙ୍କୁ ଓଡ଼ିଶାର ଜନସାଧାରଣ ସମ୍ପୂର୍ଣ ବିରୋଧ କରିବେ। ଦେଶ, ଧର୍ମ, ସଂସ୍କୃତି, ଓ ଅସ୍ଥିତ୍ବକୁ ରକ୍ଷା କରିବା ପୁରୁଷାର୍ଥ ଅଟେ। ଆଜିର ସାମ୍ବାଦିକ ସମ୍ମିଳନୀ ର ଏହା ହିଁ ସର୍ବ ସମତ୍ତ ପ୍ରତକ୍ରିୟା ପ୍ରକାଶ ପାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ, ଜୟ ଜଗନ୍ନାଥ ପରିବାର ଚାରିଟେବୁଲ ଟ୍ରଷ୍ଟ ଓ ଆଧ୍ୟାତ୍ମିକ ସତସଙ୍ଗ ଚେତନା ସମିତି ମିଳିତ ସହଯୋଗରେ କରାଯାଉଛି । ଏହି କାର୍ଯ୍ୟକ୍ରମ ଶ୍ରୀପ୍ରଭାକର ମଲ୍ଲିକ, ଡ଼ ନାରାୟଣ ମହାପାତ୍ର, ଭଗବାନ ଦାଶ, ଅକ୍ଷୟ କୁମାର ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହେଇଯାଇଛି । ଆଦିତ୍ୟ ବାହିନୀର ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଶ୍ରୀଜଗନ୍ନାଥ ଚିନ୍ତା ଚେତନା ୱାର୍ଲଡ ୱାଇଡ ଅନୁଷ୍ଠାନର ଶ୍ରୀ ସଂଗ୍ରାମ ପଟ୍ଟନାୟକ, ପୁରୀ ଭକ୍ତ ସମାଜର ଡ଼ ଶଶିକାନ୍ତ ରଥ ଭକ୍ତ ଦାସିଆ ବାଉରୀ ପୀଠର ସମ୍ପାଦକ ଘନଶ୍ୟାମ ସ୍ୱାଇଁ, ଭୁବନେଶ୍ୱର ଦୁର୍ଗାପୂଜା ଓ ଶାନ୍ତି କମିଟି ର ପ୍ରମୁଖ ଶ୍ରୀ ମଧୁ ମାଧବ ଜେନା, କର୍ମକର୍ତ୍ତା, କଟକ ମହାନଗର ଶାନ୍ତି କମିଟି ପୂଜାର ଡଃ ଦ୍ବିପାୟନ ପଟ୍ଟନାୟକ, କାର୍ଯ୍ୟକାରୀ ସଭ୍ୟ ଜାତିସଂଘ ସହ ସମ୍ପାଦକ ମହାନଗର ଶାନ୍ତି କମିଟି, ସୁଦୀପ୍ତ ସ୍ବାଇଁ, କାର୍ଯ୍ୟାଳୟ ସମ୍ପାଦକ ମହାନଗର ଶାନ୍ତି କମିଟି, ତଥା ଅନନ୍ତ ବଳିଆ ସେବାସଂଘ କଟକ ର କାର୍ଯ୍ୟକାରୀ ସଭ୍ୟ, ବିଚିତ୍ରାନନ୍ଦ ରାଉତରାୟ, ସଭାପତି ମଧୁପାଟଣା ପୂଜା କମିଟି, ରବିନ୍ଦ୍ରନାଥ ବେହେରା, ଉପସଭାପତି ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟି କଟକ ର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ନିରଞ୍ଜନ ଦାଶ, ସୁରେଶ ଦାଶ, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, କମଳଲୋଚନ ଜେନା ଓ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର କରୁଥିବା ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।
'ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ନୀତିନିୟମ ବିଧିକୁ ମାନୁ ନଥିବା ବିଧର୍ମୀ ମାନଙ୍କୁ ଓଡ଼ିଶାର ଜନସାଧାରଣ ସମ୍ପୂର୍ଣ ବିରୋଧ କରିବେ'
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s