ଭୁବନେଶ୍ବର: ଭୁବନେଶ୍ବର ସହିଦନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନା ହାଟ ଠାରେ ଶ୍ରୀ ଶ୍ରୀ ନବଗ୍ରହ ଓ କଳ୍ପେଶ୍ୱର ମନ୍ଦିର ର ତୃତୀୟ ବାର୍ଷିକ ଉତ୍ସବ ପାଳନ ବହୁ ଆଡମ୍ବର ରେ ହୋଇଯାଇଛି। ସକାଳୁ ବିଧି ଅନୁଯାଇ କଳସ ରେ ଜଳ ଅଣାଯାଇଥିଲା, ପୂଜକ ବ୍ରହ୍ମ୍ଲନନ୍ଦ ଓ ପତି ଭାଇନା ଙ୍କ ସଂଯୋଜନା ରେ ପୂଜା ଆରମ୍ଭ କରାଯାଇ ହୋମ ଓ ଆହୁତି କରି ପୂଜା ସନ୍ଧ୍ୟା ରେ ଶେଷ କରାଯାଇଥିଲା। ଯଂଜ୍ଞ ପୂର୍ଣ୍ଣାହୁତି ରେ ହାଟ ର ଓ ସ୍ଥାନୀୟ ଅଧିବାସୀ ମାନେ ଯୋଗ ଦେଇଥିଲେ, ମନ୍ଦିର କମିଟି ର ଦେବେନ୍ଦ୍ର ବେହେରା, ଅଭିମନ୍ୟୁ ସାହୁ, ଭାଗବର ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରି ଥିଲେ ସନ୍ଧ୍ୟା ରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ।
powered by social2s