କଟକ: ଉତ୍କଳ ଦିବସ ଉପଲକ୍ଷେ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧିପୀଠରେ ବରିଷ୍ଠ ବ୍ୟକ୍ତିଗଣ ମାଲ୍ୟାର୍ପଣ କରିଛନ୍ତି।
ଜିଲ୍ଲା ପ୍ରଶାସନ, ବୁଦ୍ଧିଜୀବି ଓ ଉତ୍କଳ ସମ୍ମିଳନୀର ସଦସ୍ୟ ମାନେ କଟକ ସ୍ଥିତ ମଧୁବାବୁଙ୍କ ସମାଧି ସ୍ଥଳରେ ମାଲ୍ୟାର୍ପଣ କରି ଉତ୍କଳ ପ୍ରଦେଶ ଗଠନରେ ତାଙ୍କ ଭୂମିକା କୁ ସ୍ମରଣ କରିଛନ୍ତି।
ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଛନ୍ତି ବହୁ ବିଶିଷ୍ଠ ବ୍ୟକ୍ତି।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
୧୯୩୬ ମସିହାରେ ଆଜିର ଦିନରେ ଓଡିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ଗଠିତ ହୋଇଥିଲା। ଓଡ଼ିଶାର ସାଂସ୍କୃତିକ ଓ ଭାବଧାରା ସୁରକ୍ଷା ପାଇଁ ସରକାର ବଦ୍ଧପରିକର। କୋଭିଡ଼ ନିୟନ୍ତ୍ରଣ ରେ ସରକାରଙ୍କ ଆଗକୁ ପଦକ୍ଷେପ କୁ ବିଶ୍ୱରେ ପ୍ରସଂଶା କରାଯାଇଛି। ରାଜ୍ୟ ସରକାରଙ୍କ ସଫଳ ଟିକାକରଣ ଅଭିଯାନ ବେଶ ଫଳପ୍ରଦ ହୋଇଛି ବୋଲି ସେ କହିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ଗୋପବନ୍ଧୁ ଙ୍କ ଏକ ବିରାଟ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ।
ଉତ୍କଳ ଦିବସ ଅବସରରେ ମଧୁବାବୁଙ୍କ ସମାଧିରେ ବିଶିଷ୍ଠ ବ୍ୟକ୍ତିଙ୍କ ମାଲ୍ୟାର୍ପଣ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

