ପୁରୀ : ପଶ୍ଚିମବଙ୍ଗର ଦିଘା ମନ୍ଦିରରୁ ଧାମ ଶବ୍ଦ ଖୁବ ଶୀଘ୍ର ଉଠାଯାଉ ବୋଲି ନିବେଦନ କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଗଜପତି ମହାରାଜା କହିଛନ୍ତି ଯେ ଏପ୍ରିଲ ୩୦ ତାରିଖରେ ଦିଘା ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଆମେ ସମସ୍ତେ ଆଶ୍ଚର୍ଯ୍ୟ ହେଲୁ ଯେ, "ଦିଘା ମନ୍ଦିର ଜଗନ୍ନାଥ ଧାମ ନାମକରଣ କେମିତି ହେଲା। କେବଳ ଶ୍ରୀକ୍ଷେତ୍ର ପୁରୀ ହେଉଛି ଜଗନ୍ନାଥ ଧାମ। ତେଣୁ ଓଡ଼ିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କ ସହିତ ଆଲୋଚନା କରି ଯଥା ଶୀଘ୍ର ସମାଧାନ କରନ୍ତୁ।" ଆଶ୍ଚର୍ଯ୍ୟ ଲାଗୁଛି ଟ୍ରଷ୍ଟ ବୋର୍ଡରେ ଥାଇ ମଧ୍ୟ ଇସ୍କନ କାହିଁକି ଆପତ୍ତି କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗଜପତି ମହାରାଜା।
powered by social2s