ଭଦ୍ରକ : ତୃଟିପୂର୍ଣ୍ଣ ଅଲଟ୍ରାସାଉଣ୍ଡ ରିପୋର୍ଟ ଯୋଗୁଁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି। ଗତ ୨୫ ତାରିଖରେ ପ୍ରଫୁଲ୍ଲ ଗିରୀଙ୍କ ସ୍ତ୍ରୀ ଭଦ୍ରକ ସହରରେ ଥିବା ଓମ ଶାନ୍ତି କ୍ଲିନିକରେ ଅଲଟ୍ରାସାଉଣ୍ଡ କରିଥିଲେ। ସେଠାରେ ପିଲାଟି ଓଲଟି କରି ରହିଛି ଓ ସୁସ୍ଥ ଅଛି ବୋଲି ରିପୋର୍ଟ ଆସିଥିଲା। ତେବେ ପେଟରେ ଯନ୍ତ୍ରଣା ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଥରେ ଅଲଟ୍ରାସାଉଣ୍ଡ କରାଯାଇଥିଲା। ସେଠାରେ ଶିଶୁର ମୃତ୍ୟ ହୋଇଥିବା କୁହାଯାଇଥିଲା। ଏହା ପରେ ପରିବାର ଲୋକେ ଟାୟାର ଜାଳି ଚାନ୍ଦବାଲିରେ ରାସ୍ତାରୋକ କରିଛନ୍ତି। ଟାଉନ ଥାନା ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।
powered by social2s