ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆନନ୍ଦ ନଗର ଛକରେ ଦମ୍ପତିଙ୍କ ଉପରେ ମାଡ଼ିଗଲା ତେଲ ଟ୍ୟାଙ୍କର। ବାଇକ୍ ସହ ଦମ୍ପତିଙ୍କ ଉପରେ ଚଢ଼ିଗଲା ପଛରୁ ଆସୁଥିବା ଟ୍ୟାକର। ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ତେବେ ଅଳ୍ପକେ ବର୍ତ୍ତିଲା ଦମ୍ପତିଙ୍କ ଦେଢ଼ ବର୍ଷର ଶିଶୁ। ଦୁର୍ଘଟଣା ପରେ ଜାତୀୟ ରାଜପଥ ୫୫ ଅବରୋଧ କରି ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
powered by social2s