ଭକ୍ତ ଦାସିଆ ପୀଠର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭକ୍ତ ଦାସିଆ ସ୍ମୃତି କମିଟି, ବାଲିଗାଁ, ପୁରୀ ଆନୁକୂଲ୍ୟରେ ଭୁବନେଶ୍ଵରସ୍ଥ ଶହୀଦ ନଗରର ବିଷ୍ଣୁ ମନ୍ଦିର ସଭାଗୃହରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ଏମସ୍ ଭୁବନେଶ୍ଵରର ପ୍ରତିଷ୍ଠାତା ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସର୍ବପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଜଣାଣ ବିଶିଷ୍ଟ ସଙ୍ଗୀତଜ୍ଞ ଅଜୟ କୁମାର ଦାସ, ଅର୍ଜୁନ ଚରଣ ସାମଲ ପରିବେଷଣ ପରେ କାଶ୍ମିରସ୍ଥିତ ପହଲଗାମର ଆତଙ୍କବାଦୀମାନଙ୍କ ଦ୍ବାରା ବର୍ବରଚିତ ଗଣହତ୍ୟାରେ ହିନ୍ଦୁମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବାଲେଶ୍ଵରର ଦିଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ପଞ୍ଚମ ଧାମ ଭାବେ ନାମକରଣରେ ପଶ୍ଚିମବଙ୍ଗ ସରକାରଙ୍କ ଓଡ଼ିଆ ଜାତି ତଥା ଜଗନ୍ନାଥ ସଂସ୍କୃତି ପ୍ରତି ହୋଇଥିବା କୁଠାରଘାତକୁ ତିବ୍ର ସମାଲୋଚନା କରାରଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଆୟ ବ୍ୟୟ ଆକଳନର ବଜେଟ୍ ସଭାରେ ଚାଟାର୍ଡ ଆକାଉଣ୍ଟାଟ୍ ସତ୍ୟଜିତ ମିଶ୍ର ଉପସ୍ଥାପନ କରି ଅନୁମୋଦିତ କରିବା ସହ ଗତ ଆର୍ଥିକ ବର୍ଷର ଆୟ ବ୍ୟୟ ସଦସ୍ୟଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ସରୋଜ କୁମାର ସାହୁ ଆସନ୍ତା ସ୍ନାନପର୍ବ, ଶ୍ରୀଗୁଣ୍ଡିଚା, ବାହୁଡ଼ା ଯାତ୍ରାର ସମ୍ଭାବ୍ୟ ଆୟ ବୟ ଉପସ୍ଥାପନ କରି ସମସ୍ତ ସଦସ୍ୟଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ। ସାଧାରଣ ସଂପାଦକ ଡଃ ଘନଶ୍ୟାମ ସ୍ଵାଇଁ ଭକ୍ତ ଦାସିଆଙ୍କ ଐତିହ୍ୟ ପୁଷ୍କରଣୀ, ଗୋଠଗଡ଼ିଆର ଉନ୍ନୟନ କାର୍ଯ୍ୟର ବିବରଣୀ ସଦସ୍ୟଙ୍କୁ ଅବଗତ କରାଇ ଏହାର କାର୍ଯ୍ୟଧାରାର ଉପଯୁକ୍ତ ମାନ ରକ୍ଷା କରାଯିବା ନିମନ୍ତେ ମାନ୍ୟବର ପିପିଲି ଡେଲାଙ୍ଗ ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକଙ୍କୁ ଅନୁରୋଧ କରିବା ସହ ଜିନ୍ଦଲ ଷ୍ଟିଲ୍ ଓ ପ୍ରାଇଭେଟ୍ ଲିମିଟେଡ୍‌ର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ହୋତାଙ୍କ ସହ‌ଯୋଗରେ ସ୍ନାନ ମଣ୍ଡପର ଉନ୍ନୟନ କାର୍ଯ୍ୟ ସ୍ନାନ ପୂର୍ଣ୍ଣିମା ମଧ୍ୟରେ କରାଯାଉଥିବାରୁ ଉପସ୍ଥିତ ସଦସ୍ୟ ତାଙ୍କର ବୈଦନ୍ୟତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ତିନୋଟି ପର୍ବକୁ ସୁପରିଚାଳନା ନିମନ୍ତେ କାର୍ଯ୍ୟକାରୀ ସଭାପତି, ଯୁଗ୍ମ ସଂପାଦକ ଡଃ ଚିତ୍ତ ରଞ୍ଜନ ମିଶ୍ର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ସାଧାରଣ ସଭାର ପରିଚାଳନା ବରିଷ୍ଠ ସଦସ୍ୟ ଲାବଣ୍ୟ ଶବ୍ଦର କରିଥିବା ବେଳେ ଡଃ ଆରତୀ କର ସଭାପତିଙ୍କୁ ଧନ୍ୟବାଦ ଦେବା ସହ ପ୍ରଭୁ ଜଗନ୍ନାଥ ଓ ଭକ୍ତ ଦାସିଆଙ୍କ ନିବିଡ଼ ସଂପର୍କର ଗୃହ୍ୟତତ୍ତ୍ଵ ପରିବେଷଣ କରିଥିଲେ। ଆଲୋଚନାରେ ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ଇଂ ସୁରେନ୍ଦ୍ର ନାଥ ପଣ୍ଡା, ଡଃ ନାରାୟଣ ମହାପାତ୍ର, ତ୍ରିନାଥ ଲେଙ୍କା, ବୃନ୍ଦାବନ ମହାପାତ୍ର, ରୋଟାରୀୟାନ୍ ଜୟ ପ୍ରକାଶ ମିଶ୍ର, ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ମମତା ବିଶ୍ଵାଳ, ପ୍ରାକ୍ତନ ସହ ପ୍ରବନ୍ଧକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲକ୍ଷ୍ମୀ ନାରାୟଣ ଦାସ, ପଞ୍ଚାନନ ନାୟକ, ସତ୍ୟବାଦୀ ଦାସ, ସଦାନନ୍ଦ ସାହୁ, ବିରଜା ପ୍ରସାଦ ଶତପ‌ଥୀ, ଗୋପାଳ ବଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

powered by social2s