ଭୁବନେଶ୍ୱର: ଆନ୍ତର୍ଜାତୀୟ ଓ.ଡି.ଏ.ର. ଅନୁଷ୍ଠାନ ଉଗଣ୍ଡା ପକ୍ଷରୁ ସମାଜ ମଙ୍ଗଳ କାର୍ଯ୍ୟ ପାଇଁ ଡ ନାରାୟଣ ମହାପାତ୍ରଙ୍କୁ 'ଆଫ୍ରିକା ଡେ ଗୋଲଡେନ ଆୱାର୍ଡ ରେ ସମ୍ବର୍ଦ୍ଧିତ କରାଯାଇଛି । ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଭାବେ ସମାଜରେ ଅବହେଳିତ ବରିଷ୍ଠ ନାଗରିକଙ୍କ ଓ ଛୋଟ ଅନାଥ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ ଓ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ ଆୟୋଜନ କରିଥାନ୍ତି। ପୂର୍ବରୁ ଡ ନାରାୟଣ ମହାପାତ୍ର ସମାଜସେବା କ୍ଷେତ୍ରରେ ସମ୍ମାନସୂଚକ ଡକ୍ଟରେଟ ଓ ବହୁ ହ୍ୟୁମ୍ୟାନଟେରିଆନ ଉପାଧି ପାଇଛନ୍ତି। ଏହି ସମ୍ମାନ ନିମନ୍ତେ ଆମକୁ ଉପଯୁକ୍ତ ଭାବି ପ୍ରଦାନ କରି ଥିବାରୁ ଡ଼ ମହାପାତ୍ର ଅନୁଷ୍ଠାନର ପ୍ରତିଷ୍ଠାତା ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
powered by social2s