ଭୁବନେଶ୍ୱର: ଜାତୀୟ ସେବା ଯୋଜନା ବ୍ୟୁରୋ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଇଥିଲା l ଏଥିରେ ୨୫ଜଣ କାର୍ଯ୍ୟକ୍ରମ ଅଧିକାରୀ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ତୁଷାର କାନ୍ତି ଦାସ, ଭା. ପ୍ର. ସେ ଉଦଘାଟନ କରିଥିଲେ l ଡଃ ମହମ୍ମଦ ଇମ୍ରାନ ଅଲ୍ଲୀ, ଡଃ ସୁଶାନ୍ତ କୁମାର ସ୍ୱାଇଁ ଅତିରିକ୍ତ ନିର୍ଦେଶକ, ଏନଟିସିପି, ଡ଼ଃ ଗିରିଜା ଶଙ୍କର ମିଶ୍ର, ରାଜ୍ୟ ପରାମର୍ଶଦାତା ଏନଟିପିସି ଏବଂ ଡଃ ଦେବାଶିଷ ମିଶ୍ର ରକ୍ତ ଭଣ୍ଡାର ଅଧିକାରୀ, କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର ପ୍ରମୁଖ ସକ୍ରିୟ ଯୋଗଦାନ କରି ଜାତୀୟ ସେବା ଯୋଜନା ମାଧ୍ୟମରେ ଆଗାମୀ ଦିନରେ ନିଶା ନିବାରଣ ଓ ତମାଖୁ ବର୍ଜନ ନିମନ୍ତେ କିଭଳି ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ ଆଲୋକପାତ କରିଥିଲେ। ସକ୍ରିୟ ରକ୍ତଦାନ ଆୟୋଜନ କରିଥିବା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ବିଶ୍ଵମୋହନ ଜେନା, ଶ୍ରୀମତୀ ଶୁଭ୍ରବାଳା ବେହେରା ସଚିବ, ଉ. ମା. ଶି. ପ ଏବଂ ଡଃ ରଘୁନାଥ ମଣ୍ଡଳ ଅତିରିକ୍ତ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ପ୍ରମୁଖ ପରିଚାଳନା କରିଥିଲେ l ଭାରତ ସରକାରଙ୍କ ଜାତୀୟ ସେବା ଯୋଜନା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ନିର୍ଦେଶାଳୟର ନିର୍ଦେଶକା ସୁଶ୍ରୀ ସରିତା ପଟେଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଜାତୀୟ ସେବା ଯୋଜନାର ଭୂମିକାକୁ ପ୍ରଶଂସା କରିଥିଲେ।
ଜାତୀୟ ସେବା ଯୋଜନା ବ୍ୟୁରୋ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s