ଭୁବନେଶ୍ର: ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅତି ପ୍ରିୟ ବିଶ୍ୱ ପ୍ରସିଦ୍ଧ ଓଡିଶୀ ନୃତ୍ୟ, ସଂଗୀତ ର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ ୩୩ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବାନୃତ୍ୟାଞ୍ଜଳୀ ଅନୁଷ୍ଠାନର ୩୩ତମ ମହୋତ୍ସବ ଓ ସମ୍ମାନ ତଥା ସମ୍ବର୍ଦ୍ଧନା ପର୍ବର ଦ୍ଵିତୀୟ ବା ଉଦଯାପନୀ ଦିବସ ଆଜି ସକାଳ ୧୦ଟା ରେ ଆରମ୍ଭ ହୋଇଥିଲା l ପୂର୍ବାହ୍ନ ଓ ଅପରାହ୍ନ ଏବଂ ସାନ୍ଧ୍ୟ ଅଧିବେଶନ ପର୍ଯ୍ୟାୟରେ ୧୫୦ ରୁ ଉର୍ଦ୍ଧ ନବୀନ ଓ ପ୍ରବୀଣ ଓଡିଶୀ ନୃତ୍ୟଶିଳ୍ପୀ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ l ସନ୍ଧ୍ୟାର ସମ୍ବର୍ଦ୍ଧନା ଉତ୍ସବ ରେ ସମବାୟ ଓ଼ ହସ୍ତକଳା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧକ୍ଷ ବିଜୟ କୁମାର ଜେନା ,ନୃତ୍ୟlଞ୍ଜଳିର ସଭାପତି ଗୁରୁ ଶ୍ରୀଯୁକ୍ତ ସୁକାନ୍ତ କୁମାର କୁଣ୍ଡୁ, ସମ୍ପାଦକ ଗୁରୁ ଶ୍ରୀ ପୁଷ୍ପରଞ୍ଜନ ମଙ୍ଗରାଜ, କାର୍ଯ୍ୟକାରୀ ସଭାପତି ଶ୍ରୀ ରଞ୍ଜନ ମଙ୍ଗରାଜ ଅତିଥି ରୂପେ ଯୋଗ ଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି ଅବସରରେ ବିଶିଷ୍ଟ ଅଭିନେତା ତଥା ନାଟ୍ୟକାର ଓ଼ ନିର୍ଦେଶକ ସୁବୋଧ ପଟ୍ଟନାୟକଙ୍କୁ ନୃତ୍ୟlଞ୍ଜଳୀ ନାଟ୍ୟ ପୁରୁଷ ସମ୍ମାନ ଏବଂ ଉତ୍କଳ ସଂଗୀତ ମହାବିଦ୍ୟାଳୟ ର ନାଟ୍ୟ ବିଭାଗର ସର୍ବୋଚ୍ଚ ନମ୍ବରଧାରୀ ଛାତ୍ର ରାକେଶ ସାହୁଙ୍କୁ ପୁର୍ଣ ଚନ୍ଦ୍ର ମଙ୍ଗରାଜ ସମ୍ମାନରେ ସମ୍ମାନିତ କରାଯାଇଥିଲା l ସନ୍ଧ୍ୟା ଅଧିବେଶନର ପ୍ରାରମ୍ଭରେ ଗୁରୁ ଗୀତା ମଞ୍ଜରୀ ବେହେରlଙ୍କ ଓଡିଶୀ ସଂଗୀତ ପରିବେଷଣ,ଅଭିପ୍ସା ପତି, ଗୁରୁ ଦୀପ୍ତି ରାଉତରାୟ, ଶ୍ରଦ୍ଧାଞ୍ଜଳି ରାଉଳ, ଗୁରୁ ଶ୍ରୀ ଲିଙ୍ଗରାଜ ସ୍ୱାଇଁ ଙ୍କ ଶଙ୍ଖନାଦ ଅନୁଷ୍ଠାନ ଶିଳ୍ପୀ ଓ଼ ନୃତ୍ୟାଞ୍ଜଳି ଅନୁଷ୍ଠାନ ଶିଳ୍ପୀଙ୍କ ଗୁରୁ ପୁଷ୍ପରଞ୍ଜନ ମଙ୍ଗରାଜଙ୍କ ସଂଯୋଜନାରେ ଦଳଗତ ପରିବେଷଣ ଅତ୍ୟନ୍ତ ମନମୁଗ୍ଧକର ଥିଲା l ପୂର୍ବାହ୍ନ ଅଧିବେଶନ ଦିନ ୧୦ ଟlରେ ଆରମ୍ବ ହୋଇଥିଲା l ପୂର୍ବତଟ ରେଳବାଇ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଶ୍ୱାଭୁଷଣ ତପନ କୁମାର, ନ୍ୟୁଜ ୧୮ ର ବାର୍ତ୍ତା ସମ୍ପାଦକ ମନ୍ମଥ ଜେନା, ଓଟିଭି ର ସହାୟକ ସମ୍ପାଦକ ସୁଶାନ୍ତ ବିଷୋୟୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଓଡିଶୀ ସଂଗୀତ ପ୍ରାଧ୍ୟାପକ ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୂର୍ବାହ୍ନ ଅଧିବେଶନକୁ ଉଦଘାଟନ କରିଥିଲେ l
୩୩ତମ ନୃତ୍ୟାଞ୍ଜଳୀ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଓ଼ ସଂଗୀତର ତାଳେତlଳେ ଝୁମିଲେ ଦର୍ଶକ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s