ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ-୧ ହାଟରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଓ ଡ୍ରଗ୍ ଇନ୍ସପେକ୍ଟରଙ୍କ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି। ହାଟରେ ଥିବା ୩ ରୁ ୪ ଟି ତେଜରାତି ଓ ଗୁଟଖା ଗୋଦାମରେ ଯାଞ୍ଚ କରାଯାଇଛି। ତେବେ କୋଟପା ଆଇନ୍ ଉଲଂଘନ ଅଭିଯୋଗରେ ଗୋଟିଏ ଦୋକାନ ସିଲ୍ ହୋଇଥିବା ସୂଚନା। ଗୁଟଖା ଓ ମାଦକ ଦ୍ରବ୍ୟ ଆଦି କାରବାର ନେଇ ଚଢ଼ାଉ ହୋଇଥିବା ଜଣାପଡ଼ିଛି।
powered by social2s