ଯାତ୍ରୀ ବିଶ୍ରାମଗାରକୁ ଧକ୍କା ଦେଲା ବସ୍, ଡ୍ରାଇଭର ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଗଞ୍ଜାମ: ଯାତ୍ରୀ ବିଶ୍ରାମଗାରକୁ ଧକ୍କା ଦେଲା ବସ୍। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଲକ୍ଷ୍ମୀନାରାୟଣପୁର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଯାତ୍ରୀ ସମାନ୍ୟ ଆହତ ହୋଇଛନ୍ତି। ବସ୍ ଧକ୍କାରେ ଭାଙ୍ଗିଲା ଯାତ୍ରୀ ବିଶ୍ରାମଗାର। ଭୁବନେଶ୍ଵରରୁ‌ ତୁରୁବୁଡ଼ିକୁ ଯାତ୍ରୀ ନେଇ ଆସୁଥିଲା ବସ୍। ଅନ୍ୟ ଏକ ଦୁର୍ଘଟଣାରେ ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଛନ୍ତି ଓ ୫ ଗୁରୁତର ଆହତ ହୋଇଥିବା ସୂଚନା। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଜାତୀୟ ରାଜପଥ -୧୬ ଚାରବାହାଲ ନିକଟରେ ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତର ଯାତ୍ରୀ ଜୁନାଗଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ବରରୁ ଉମରକୋଟ ଯାଉଥିଲା ଯାତ୍ରୀବାହି ବସ୍‌।

powered by social2s