ଭୁବନେଶ୍ବର: ରଜ ଉତ୍ସବରେ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଅଷ୍ଟମ ବାର୍ଷିକୀ ପାଳନ ଅବସରରେ "ଉତ୍କଳ ଶ୍ରୀ" ଓ "ସେବାରତ୍ନ ସମ୍ମାନ" ପ୍ରତିଭା ମାନଙ୍କୁ ଜୁନ ୧୫ ତାରିଖ ଦିନ ଭୁବନେଶ୍ଵର ଉତ୍କଳ ରଙ୍ଗମଞ୍ଚ, ଜୟଦେବ ବିହାର ଠାରେ ପ୍ରଦାନ କରାଯିବ।
ଟ୍ରଷ୍ଟ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, କୋଷାଧକ୍ଷ ଉମାନାଥ ମିଶ୍ର, ଉପଦେଷ୍ଟା ସାସ୍ୱତୀ ମିଶ୍ର, ପ୍ରମୋଦିନୀ ପଣ୍ଡା ଓ ବିଜୟ ପଣ୍ଡା ଙ୍କ ସଂଯୋଜନା ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ ଆମ ଉତ୍କଳୀୟ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ହେଉଛି ଆମ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରମୁଖ କର୍ତ୍ତବ୍ୟ । ସେହି ପାରମ୍ପରିକ ରଜ ମହୋତ୍ସବକୁ ପାଳନ କରିବା ଅବସରରେ ଜୟ ମା ଭବାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆସନ୍ତା ଚଳିତ ବର୍ଷ ଓଡ଼ିଶାରୁ ଦୁଇ ଜଣ ବରପୁତ୍ର ଶ୍ରୀଯୁକ୍ତ ଶଙ୍କର୍ଷଣ ମଙ୍ଗରାଜ ଦାଶ, ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଜଣେ ଅନନ୍ୟ କଥା ବାଚକ ଓ ମା ଆଦିଶକ୍ତି ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର, ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା, ପୁରୀ ଙ୍କୁ ସମ୍ମାନଜନକ "ଉତ୍କଳ ଶ୍ରୀ" ସମ୍ମାନ ରେ ସମ୍ମାନିତ କରାଯିବ।
ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ପାଇଥବାଡାକ୍ତର ଓ ଅନ୍ୟ ବ୍ୟକ୍ତି ମାନଙ୍କ ନିମନ୍ତେ ମଧ୍ୟ ସମ୍ବର୍ଦ୍ଧିତ କରିବାକୁ ସ୍ଥିର କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଦୁର୍ଗା ଚରଣ ରନବୀର ଉଦଘାଟକ ଭାବେ, ଚଳଚିତ୍ର ନିର୍ଦେଶକ ଶ୍ରୀ ହିମାଂଶୁ ଖଟୁଆ ମୁଖ୍ୟ ବକ୍ତା ଭାବେ, ଶ୍ରୀ ଦେବ ପ୍ରସାଦ ଦାଶ, ସ୍ୱତନ୍ତ୍ର ଶାସନ ସଚିବ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଶିଷ୍ଟ ଅତିଥି ଭାବେ, ରେକୀ ମିଶନ ର ବିଜ୍ଞାନ ଗୁରୁ ଶ୍ରୀ ସନ୍ଥ ଯୋଗଦେବେ ।
ଟ୍ରଷ୍ଟ ପକ୍ଷରୁ ଅବହେଳିତ ବରିଷ୍ଠ ନାଗରିକ ଓ ଛୋଟ ପିଲା ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ।
ଅନୁଷ୍ଠାନ ପକ୍ଷରୁ ରକ୍ତ କଣିକା ସଂଗ୍ରହ ନିମନ୍ତେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥାଏ।
ଆଜିର କାର୍ଯ୍ୟକ୍ରମରେ ଶ୍ରୀନିବାସ ରାଓ ରାହୁଲ ପଲେଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ରଜ ଉତ୍ସବରେ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଅଷ୍ଟମ ବାର୍ଷିକୀ ପାଳନ ଅବସରରେ ପ୍ରଦାନ କରାଯିବ "ଉତ୍କଳ ଶ୍ରୀ" ଓ "ସେବାରତ୍ନ ସମ୍ମାନ"
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s