ଡ଼ ନାରାୟଣ ମହାପାତ୍ରଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ସମ୍ମାନ - ୨୦୨୫

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଭକ୍ତ ସମାଜ ଜଗନ୍ନାଥ ଧାମ ପୁରୀ ପକ୍ଷରୁ ମୋଚି ସାହି ନିକଟସ୍ଥ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଶ୍ରୀ ସଦାଶିବ ପରିସରରେ ତାର ଦ୍ୱତୀୟ ବାର୍ଷିକୀ ପାଳନ କରିଥିଲା । ଏହି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଉଲ୍ଲେଖ ନିୟ କାର୍ଯ୍ୟ କରି ଥିବାରୁ ଡ଼ ନାରାୟଣ ମହାପାତ୍ର ଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ସମ୍ମାନ - ୨୦୨୫ରେ ସମ୍ଭର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଭାରତୀ ଭୂଷଣ ପଟ୍ଟନାୟକ, ଅନାମିକା ସ୍ୱାଇଁ ପଟ୍ଟନାୟକ, ସ୍ଵର୍ଣ୍ଣଲତା ପାଣି,ପୁଷ୍ପଲତା ରାଉତରାୟ,କେ ଲଷ୍ମୀ ନାରାୟଣ ଦିବ୍ୟରଞ୍ଜନ ପଟ୍ଟନାୟକ ଓ ଦିଲ୍ଲୀପ ମହାନ୍ତି ପୁରାତନ ଓ ପାରମ୍ପରିକ ଭଜନ ପରି ବେଷଣ କରିଥିଲେ । ଅତିଥି ମାନେ ଶ୍ରୀବିଗ୍ରହ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଥିଲେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ସ୍ୱାଗତ କରି ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଥିଲା, ଵାଣିଶ୍ରୀ ସଙ୍ଗୀତ ଏକାଡେମୀର ଛାତ୍ର ଛାତ୍ରୀ ଦଶବତାର ସ୍ତୋତ ଗାନ କରିଥିଲେ । ଶ୍ରୀ ରାମବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଦେଲା ପରେ ସମ୍ପାଦକ ଡ଼ ଶଶୀଭୁଷଣ ରଥ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରି ଥିଲେ । ଭାଗବତ ଆଶ୍ରମର ପୂଜ୍ୟ ବାବା ବ୍ରଜବନ୍ଧୁ ଦାସ ମହାପ୍ରଭୁଙ୍କ ବିଷୟରେ ତାଙ୍କ ଆଶ୍ରିବାଚନ ଦେଇଥିଲେ, ସଂମ୍ମାନୀୟ ଅତିଥି ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ, ମହନ୍ତ ବଂଶୀ ଧର ଗୋସ୍ୱାମୀ ଓ ଶ୍ରୀ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଉଦବୋଧନ ଦେଇ ଥିଲେ । ଭକ୍ତ ସମାଜ ପକ୍ଷରୁ ଏହି ଅବସରରେ ପ୍ରଫେସର ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକଙ୍କୁ ଶ୍ରୀଜଗନ୍ନାଥ ସେବା ସମ୍ମାନ, ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଶ୍ରୀଜଗନ୍ନାଥ ଆରକ୍ଷୀ ସମ୍ମାନ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀଙ୍କୁ ଶ୍ରୀଜଗନ୍ନାଥ କଥା ସେବା ସମ୍ମାନ ଓ ଦେବେନ୍ଦ୍ର ନାଥ ତରେଇ ଙ୍କୁ ଶ୍ରୀ ଜଗନ୍ନାଥ ଚିକିତ୍ସା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା, ଶେଷରେ ଡ଼ ବଳରାମ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଶାନ୍ତି ପାଠ କରିଥିଲେ ଆଜିର କାର୍ଯ୍ୟକ୍ରମକୁ ଡ଼ ପ୍ରଦୀପ କୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ, ଶେଷରେ ସମସ୍ତେ ମହାପ୍ରସାଦ ସେବନ କରିଥିଲେ

powered by social2s