ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ବିଭିନ୍ନ ମେଡିସିନି ଦୋକାନରେ ଚଢ଼ାଉ ହୋଇଛି। ପ୍ରେସକ୍ରିପସନ୍ ନଥାଇ ଔଷଧ ଦେଉଥିବା ଅଭିଯୋଗରେ ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ କରାଯାଇଛି ଚଢ଼ାଉ। ରାଜଧାନୀର ବିଭିନ୍ନ ଅଞ୍ଚଳ ବିଶେଷ କରି ନୟାପଲ୍ଲୀ ଓ ପଟିଆରେ ଗର୍ଭପାତ କିଟ୍ ବେଇଆନ୍ ବିକ୍ରି ନେଇ ଅଭିଯୋଗ କରିଥିଲେ କିଛି ସ୍ବେଛାସେବୀ ଅନୁଷ୍ଠାନ। ଏହା ପରେ ଚଢ଼ାଉ କରାଯାଇ ଔଷଧ ଓ କାଗଜପତ୍ର ଯାଞ୍ଚ ହୋଇଛି।
powered by social2s