ଜୀବନକୁ ଯେବେ ରଖିବାକୁ ଚାହଁ, କଥାଟିଏ କହୁଅଛି ଶୁଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

Article by Puspalata Mohanty, BJB Nagar, Bhubaneswar

 

ଆସିଗଲା ଖରାଦିନ, 
ଜୀବନକୁ ଯେବେ ରଖିବାକୁ ଚାହଁ, 
କଥାଟିଏ କହୁଅଛି ଶୁଣ।
ଗଛର ମହିମା ଶୁଣାଇବି ପିଲେ, ମହାଦୃମ ଏଇ ବୃକ୍ଷ, 
ଭାତ, ଛାତ ଆଉ ପାଣି ଓ ପବନ
ତା' ପାଇଁଟି ପୂରେ ଲକ୍ଷ୍ୟ। 
ଶବୁଜିମା ଭରା ଫୁଲ ଫଳ ଭରା ବନଟିଏ ଦେଖି ଦେଲେ, 
ଅପୂର୍ବ ପ୍ରଶାନ୍ତି ମନ ପରାଣରେ
କିଏ ଯେହ୍ନେ ବୋଳିଦିଏ। 
ଗଛରୁ ପାଉଛ ଖଟା, ମିଠା, ପିତା ପୁଣି କଷା ଆଉ ରାଗ
ସବୁରି ସୁଆଦ ଦେହ ପାଇଁ ହିତ
ଏକଥା କି ଭୁଲିବ ଆଗ? 
ମା'ପରି ଦିଏ ପିଲାଙ୍କ ପାଇଁକି ପାଣି, ପବନ ଓ ଖାଦ୍ୟ,
ଏସବୁ ନହେଲେ ବଞ୍ଚିବ କେମିତି ଏଇ ସୁନ୍ଦର ଜଗତ।
ଏବେ ଠାରୁ ପିଲେ ଯତ୍ନବାନ ହୁଅ ଲଗାଅ ପ୍ରଚୁର ଗଛ, 
ପାଣି ଦେଇ ମୂଳେ ଯତନ କରିଲେ, ଚାରିଆଡ ହେବ ସ୍ୱଚ୍ଛ। 
ହେଳା କରନାହିଁ, ହେୟ କରନାହିଁ
କରନାହିଁ ଆଉ ଡେରି, 
ନିଜ ଗୋଡେ ଜମା କୁରାଢୀ ମାରନି, ହୋଇବଟି କେତେ ସରି। 
ମଣିଷ ସମାଜ ଆଉ ଗଛ ବୃକ୍ଷ ଅଙ୍ଗାଙ୍ଗି ଭାବେ ଜଡ଼ିତ,
ତୁମ କୁନି ହାତେ ଶବୁଜିମା ଭରୁ
ହସୁଥାଉ ଏ ଜଗତ।
 
 
 
 
 
 
 
 
powered by social2s