ପୁରୀ : ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା। ସ୍ନାନ ମଣ୍ଡପରେ ଦିବ୍ୟ ସ୍ନାନ କରିବେ ଶ୍ରୀଜୀଉ। ୧୦୮ ଗରା ସୁବାସିତ ଜଳରେ କରିବେ ଦିବ୍ୟ ସ୍ନାନ। ଏହି ଦିବ୍ୟ ସ୍ନାନ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ବର୍ଷକରେ ଥରେ ହୁଏ ମହାପ୍ରଭୁଙ୍କ ଜଳ ସ୍ନାନ। ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହୋଇଉଠିଛି ଶ୍ରୀକ୍ଷେତ୍ର। ଦିନ ୧୨:୨୦ ରୁ ୧:୪୫ ମଧ୍ୟ୍ୟରେ ହେବ ଜଳ ବିଜେ। ଅପରାହ୍ନ ୩:୩୦ ରେ ସ୍ନାନ ମଣ୍ଡପରେ ହେବ ଛେରା ପହଁରା। ଅପରାହ୍ନ ୪:୩୦ ରେ ମହାପ୍ରଭୁଙ୍କ ହାତୀ ବେଶ ଦର୍ଶନ। ସନ୍ଧ୍ୟା ୭:୩୦ ରୁ ରାତି ୧୦:୩୦ ଯାଏଁ ହେବ ସାହାଣମେଲା ଦର୍ଶନ।
powered by social2s