ଆନ୍ତର୍ଜାତୀୟ ଅନୁଷ୍ଠାନ ଏମ୍ପେୟାର ଅଫ ପିସ ଉଗଣ୍ଡା ପକ୍ଷରୁ ଡ ନାରାୟଣ ମହାପାତ୍ର 'ଗୋଲଡେନ ଆୱାର୍ଡ ରେ ସମ୍ବର୍ଦ୍ଧିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆନ୍ତର୍ଜାତୀୟ ଅନୁଷ୍ଠାନ ଏମ୍ପେୟାର ଅଫ ପିସ ଉଗଣ୍ଡା ପକ୍ଷରୁ ସମାଜ ରେ ଶାନ୍ତି ବଜାୟ ରଖିବା ଓ ସମାଜ ମଙ୍ଗଳ କାର୍ଯ୍ୟ ପାଇଁ ଡ ନାରାୟଣ ମହାପାତ୍ରଙ୍କୁ 'ଗୋଲଡେନ ଆୱାର୍ଡ ରେ ସମ୍ବର୍ଦ୍ଧିତ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ସମାଜରେ ବରିଷ୍ଠ ନାଗରିକଙ୍କ ଓ ଛୋଟ ଅନାଥ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । ଟ୍ରଷ୍ଟ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ ଓ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇଥାଏ। ପୂର୍ବରୁ ଡ ନାରାୟଣ ମହାପାତ୍ର ସମାଜସେବା ଓ ସମାଜ ରେ ଶାନ୍ତି ବଜାୟ ରଖିବା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରିଥିବାରୁ ଅନ୍ତର୍ଜାତୀୟ ଅନୁଷ୍ଠାନ ପକ୍ଷରୁ ବହୁ ହ୍ୟୁମ୍ୟାନଟେରିଆନ ଉପାଧି ପାଇଛନ୍ତି। ଏହି ସମ୍ମାନ ନିମନ୍ତେ ଆମକୁ ଉପଯୁକ୍ତ ଭାବି ପ୍ରଦାନ କରି ଥିବାରୁ ଡ଼ ମହାପାତ୍ର ଅନୁଷ୍ଠାନର ପ୍ରତିଷ୍ଠାତା ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

powered by social2s