ମାନବ ସମାଜକୁ ଶିକ୍ଷା ନୁହଁ, ପ୍ରକୃତ ବିଦ୍ୟା ହିଁ ଉତ୍କଟ ଜଳ ସମସ୍ୟାର ସମାଧାନର ବାଟ : ଜଳ ପୁରୁଷ ଡ଼ ରାଜେନ୍ଦ୍ର ସିଂହ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭବନେଶ୍ୱର: ଭୁବନେଶ୍ଵର ସ୍ଥିତ ଜୟଦେବ ଭବନଠାରେ ଚତୁର୍ଥ ପଦ୍ମଶ୍ରୀ ରାଧାମୋହନ ମେମୋରିଆଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ବକ୍ତା ଭାବେ ଭାରତର ପ୍ରସିଦ୍ଧ ଜଳପୁରୁଷ ଡଃ ରାଜେନ୍ଦ୍ର ସିଂହ ଯୋଗଦାନ କରି ନଦୀ ଓ ମାନବ ସଭ୍ୟତାର ନିଗୁଢ ସମ୍ପର୍କର ଅବତାରଣା କରିବା ସହିତ କଥା ଓ କାମର ସାମଞ୍ଜସ୍ୟ ରଖିଲେ ଉତ୍କଟ ଜଳାଭାବ ସମସ୍ୟାର ବାଟ ବାହାରି ପାରିବ ବୋଲି ମତବ୍ୟକ୍ତ କରିଥିଲେ | ପୂର୍ବତନ ଆଇ.ଏଫ.ଏସ.ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଡଃ ଅଜିତ ପଟ୍ଟନାୟକଙ୍କ ସହିତ, ବହୁ ଲବ୍ଧ ପ୍ରତିଷ୍ଠ ସାମାଜିକ ସଂଗଠନ ଗଣ ସଂଗଠନର ନେତୃବୃନ୍ଦ, ସ୍ପରିବେଶବିତ, ଜୈବିକ କୃଷୀ ବିଶେଷଜ୍ଞ, ଶିକ୍ଷାବିତ ତଥା ସ୍ଵେଚ୍ଛାସେବୀ ଯୋଗଦାନ କରିଥିଲେ | ଲକ୍ଷ୍ୟରୁ ଅଧିକ ବୃକ୍ଷ ରୋପଣ କରିଥିବା ପରିବେଶ କର୍ମୀ ଗୁଣ୍ଠିରାମ ଜେନାଙ୍କୁ ପଦ୍ମଶ୍ରୀ ରାଧାମୋହନ ସ୍ମୃତି ସମ୍ମାନ ପ୍ରଦାନ କରାଯିବା ସହିତ ମାନପତ୍ର ଏବଂ ୩୧,୦୦୦/- ଟଙ୍କା ସମ୍ମାନ ରାଶି ପ୍ରଦାନ କରାଯାଇଥିଲା | ଜଣେ ଦିନ ମଜୁରିଆ ହୋଇ ନିଜର ମଜୁରି ପଇସାରୁ ବଞ୍ଚାଇ ବିଗତ ୪୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ବୃକ୍ଷ ରୋପଣ ଭଳି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଯାଜପୁର ଜିଲ୍ଲାର ଉଆଁସାହି ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗଛମଣିଷ ଭାବେ ପରିଚିତ | ସଭା ପ୍ରାରମ୍ଭରେ ସ୍ଵର୍ଗତଃ ରାଧା ମୋହନଙ୍କ ଝିଅ ଡଃ ବିଶ୍ଵଭାରତୀ ସ୍ଵାଗତ ଅଭିଭାଷଣ ଦେବା ଅବସରରେ ପ୍ରଫେସର ରାଧାମୋହନଙ୍କୁ ଭଲ ପାଉଥିବା ଓ ଗୁଣ ମୁଗ୍ଧ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ସହିତ ତାଙ୍କର ମହାନ ଜୀବନ ସହିତ ଜଡ଼ିତ ଛୋଟବଡ଼ ସ୍ମୃତି ଚାରଣ ପାଇଁ ଅନୁରୋଧ କରିଥିଲେ | ଏ ଅବସରରେ “କପିଳାସ କାଜୁ ବଗିଚା” ବୃତ୍ତି ଚିତ୍ର ପ୍ରଦର୍ଶନ କରାଯାଇଥିଲା | ପ୍ରଫେସର ରାଧାମୋହନଙ୍କ ଅଧ୍ୟାପନା ସମୟର ଅନୁଭୂତି ଜଡିତ, ପିଲାଦିନର ବନ୍ଧୁ ତାଙ୍କର ସ୍ମୃତି ଚାରଣ କରିଥିଲେ | ସଭା କାର୍ଯ୍ୟ ଶେଷରେ ଯୁବ ସମାଜ ସେବୀ ଡଃ ମହମ୍ମଦ ଇମ୍ରାନ ଅଲି ସମସ୍ତଙ୍କୁ ଧନ୍ୟବାଦ ଦେବା ଅବସରରେ ସାରା ଓଡ଼ିଶା ବ୍ୟାପୀ ରାଧାମୋହନ ସାରଙ୍କ ସ୍ମୃତିରେ ସବୁଜ ଶ୍ରଦ୍ଧାଞ୍ଜଳୀ ସ୍ଵରୂପ ବୃକ୍ଷ ରୋପଣ ଓ ଯତ୍ନ ନେବା କାର୍ଯ୍ୟକ୍ରମକୁ ଆରମ୍ଭ ହେଇଥିବା କଥା ସୂଚନା ଦେଇଥିଲେ | ଡ. ଶ୍ରଦ୍ଧା ସତପର୍ବା ମଞ୍ଚ ପରିଚାଳନା କରିଥିଲା। ପଦ୍ମଶ୍ରୀ ସାବରମତୀ, ଅମରାବତୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥଲେ।

powered by social2s