ଭୁବନେଶ୍ୱର: .ଆଜି ଭୁବନେଶ୍ୱର ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଗଣ ପର୍ବ ରଜ ମହୋତ୍ସବର ଶୁଭାରମ୍ଭ ହୋଇଛି। ଏହି ମହୋତ୍ସବର ମୁଖ୍ୟ ଅତିଥି ଭାବରେ ଭୁବନେଶ୍ବର ମହାନଗର ନିଗମର ଅଧ୍ୟକ୍ଷ ଶ୍ରୀମତୀ ସୁଲୋଚନା ଦାସ ଓ ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଶ୍ରୀ ଗୋଲଖ ପ୍ରସାଦ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ପ୍ରତିଦିନ ସନ୍ଧ୍ୟା ୬ ଘଟିକା ରୁ ଆରମ୍ଭ ହେବ ଓ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସଭାରେ ସମିତିର ସମ୍ପାଦକ ଶ୍ରୀ ସଚି ନନ୍ଦନ ନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀ ସରୋଜ କୁମାର ପାତ୍ର, ସ୍ଥାନୀୟ କର୍ପୋରେଟର ଶ୍ରୀ ରାଜକିଶୋର ଦାସ, ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଶତପଥୀ, ଶ୍ରୀ ଦିଲ୍ଲୀପ କୁମାର ଦାସ, ଯୁଗ୍ମସଂପାଦକ ଶ୍ରୀ ବିଶ୍ଵ ମହାନ୍ତି, ଶ୍ରୀ ମହେନ୍ଦ୍ର ତ୍ରିପାଠୀ, ଶ୍ରୀ ହରିଶ ପ୍ରସାଦ ରଥ, କୋଷାଧକ୍ଷ ଶ୍ରୀ ସ୍ମୃତି ରଞ୍ଜନ ଜେନା, ଯୁଗ୍ମ କୋଷାଧକ୍ଷ ଶ୍ରୀ ଗୋପଲ ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜୀତେନ୍ଦ୍ର ରାଓ ଓ ଅନେକ ସଭ୍ୟ ଓ ଅନେକ ଦର୍ଶକଙ୍କ ଉପସ୍ଥିତ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଭୁବନେଶ୍ଵର ସୁନାମଧନ୍ୟ କଣ୍ଠଶିଳ୍ପୀ ଓ କଳାକାର ମାନେ।
ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଗଣ ପର୍ବ ରଜ ମହୋତ୍ସବର ଶୁଭାରମ୍ଭ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s