ଭୁବନେଶ୍ୱର: ଆଜି ଓଡ଼ିଶାରେ ତାତିରୁ ସାମାନ୍ୟ ଅଶ୍ବସ୍ତି ମିଳିଛି। ତେବେ ୪୦ ଡିଗ୍ରୀ ଉପରେ ରହିଛି ୧୧ ଟି ସହରର ତାପମାତ୍ରା। ୪୩ ଡିଗ୍ରୀ ସେଲସିୟସ ସହ ବୌଦ୍ଧ ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲିଟିଛି। ସେହିପରି ବଲାଙ୍ଗିର ୪୨.୨ ଡିଗ୍ରୀ ସେଲସିୟସ ଓ ସମ୍ବଲପୁର ୪୧.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ତାଳଚେରର ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ, ଟିଟିଲାଗଡ ର ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ, ଝାରସୁଗୁଡା, ସୁନ୍ଦରଗଡ଼ର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ, ଭବାନୀପାଟଣା ଓ ହୀରାକୁଦ ୪୦.୫ ଓ ବାରିପଦା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱରର ତାପମାତ୍ରା ୩୮.୨ ଓ କଟକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ହୋଇଥିଲା ଜଣାପଡ଼ିଛି।
powered by social2s

