ଭୁବନେଶ୍ୱର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ମାର୍ଗଦର୍ଶିକା ଜାରି କରିଛି ବିଏମସି।
ଆସନ୍ତା ୬ ତାରିଖରୁ ଏହି କଟକଣା ଲାଗୁ କରାଯିବ।
ଏଥିରେ ବିବାହ ଓ ଶୁଦ୍ଧିକ୍ରିୟା ଉପରେ ରୋକ ଲଗାଇଛି ବିଏମସି।
ବିବାହ ଉତ୍ସବରେ ୧୦୦ ଲୋକଙ୍କୁ ଅନୁମତି ମିଳିଛି।
ସେହିଭଳି ଶୁଦ୍ଧିକ୍ରିୟା ପାଇଁ ଅତି ବେଶୀରେ ୫୦ ଲୋକ ଯୋଗଦେଇ ପାରିବେ ବୋଲି କହିଛି ବିଏମସି।
ରାଜଧାନୀରେ ସମ୍ମିଳନୀ, ସମାବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି।
ଏଥିପାଇଁ ସ୍ୱତନ୍ତ୍ର ଅନୁମତି ନେବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି।
ସେହିଭଳି କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୋପ୍ୟ ତଥା ଶତବାର୍ଷିକୀ ପାଳନରେ ରୋକ ଲଗାଯାଇଛି।
powered by social2s

