ଭୁବନେଶ୍ୱର: ମନମ ଫାଉଣ୍ଡେସନ ଆନ୍ଧ୍ର ପ୍ରଦେଶ ପକ୍ଷରୁ ଡ଼ ନାରାୟଣ ମହାପାତ୍ରଙ୍କୁ ଓଡିଶା ରେ ଅବହେଳିତ ଗୁରୁଜନ ଓ ଅବହେଳିତ ଛୋଟ ପିଲା ଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ଓ ଅନ୍ୟାନ୍ୟ ମାନବ କଲ୍ଯାଣ କାର୍ଯ୍ୟ ନିମନ୍ତେ ଗ୍ଲୋବାଲ ହେଲଥ କନଫରେନସ ରେ ଯୋଗ ଦେବାକୁ ଡେ଼ଲିଗେଟ ଭାବେ ଗ୍ରହଣ କରାଯାଇଛି।
ଟ୍ରଷ୍ଟ ପକ୍ଷରୁ ସମାଜ ରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ କିଛି ସମୟ ସେମାନଙ୍କ ସଙ୍ଗେ ରହି ଖୁସି ଓ ଶାନ୍ତି ବାଣ୍ଟୁ ଥିବାରୁ ମନୋନୀତ କରଯାଇଛି।
ଟ୍ରଷ୍ଟ ପକ୍ଷରୁ ବର୍ଷ ର ବିଭିନ୍ନ ସମୟରେ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇଥାଏ।
ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ଼ ନାରାୟଣ ମହାପାତ୍ର ଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନସୂଚକ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି।
ଆମେ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଆଡ଼ଭୋକେଟ କେ ଚକ୍ରବର୍ତ୍ତୀ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦଜଣାଉଛୁ ବୋଲି ପ୍ରକାଶ କରିଛନ୍ତି ଡ ମହାପାତ୍ର।
ଓଡ଼ିଶାରେ ମାନବ କଲ୍ଯାଣ କାର୍ଯ୍ୟ ନିମନ୍ତେ ଡ଼ ନାରାୟଣ ମହାପାତ୍ର ଙ୍କୁ ଗ୍ଲୋବାଲ ହେଲଥ କନଫରେନ୍ସରେ ଯୋଗ ଦେବାକୁ ଜଣେ ଡେଲିଗେଟ ହିସାବରେ ଗ୍ରହଣ କଲା ମନମ ଫାଉଣ୍ଡେସନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s