ଭୁବନେଶ୍ୱର: ଜୟ ମା ଭବାନୀ ପକ୍ଷରୁ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଆମ ଉତ୍କଳୀୟ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ହେଉଛି ଆମ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରମୁଖ କର୍ତ୍ତବ୍ୟ। ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ଭଜନ କଳକାର ଓ ବାଦ୍ୟଯନ୍ତ୍ର ବଜାଇବାରେ ନିଜକୁ ପ୍ରତିଷ୍ଠିତ କରିଥିବା କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାରତୀ ଭୂଷଣ ପଟ୍ଟନାୟକ,ଜୟ ମା ଭବାନୀ ଟ୍ରଷ୍ଟ ର ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଯୋଗଦେଇ ସମସ୍ତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଅନାମିକା ସ୍ୱାଇଁ ପଟ୍ଟନାୟକ, ଶାନ୍ତନୁ ବେରା, ନାରାୟଣ ଚନ୍ଦ୍ର ଜେନା, ନିହାର ରଞ୍ଜନ ପଟ୍ଟନାୟକ, ଅମର କୁମାର ରାଉତ ଓ ଶ୍ରୀନିବାସ ରାଓ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ। ଅନ୍ୟକୁ ପ୍ରଶଂସା କରିବାକୁ ସାହସ ଦରକାର, ଜୀବନ ରେ ସଫଳତା ପାଇବାକୁ ହେଲେ ଯାହା ପାଖରେ ଯାହା ପ୍ରତିଭା ଅଛି ତାଙ୍କୁ ଉସ୍ଥାହ ଦେବା ନିହାତି ଆବଶ୍ୟକ। ବର୍ଷ ର ବିଭିନ୍ନ ସମୟ ରେ ଏହି ପାରି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଟ୍ରଷ୍ଟ ପକ୍ଷରୁ କରାଯାଇଥାଏ ବୋଲି ପ୍ରକାଶ କରିଛନ୍ତି ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ।
ଜୟ ମା ଭବାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ଭଜନ କଳକାର, ବାଦ୍ୟଯନ୍ତ୍ର ବଜାଇବାରେ ନିଜକୁ ପ୍ରତିଷ୍ଠିତ କରିଥିବା କଳାକାର ମାନଙ୍କୁ ସମ୍ବର୍ଦ୍ଧନା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

