କୋରାପୁଟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : କୋରାପୁଟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ କୋରାପୁଟର ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ ସହ ତାଙ୍କ ପତ୍ନୀ ନିତୁଙ୍କ ସହ ପୁତୁରା ପିନାକୀ ପଟ୍ଟନାୟକ, ଝିଆରୀ ପ୍ରାଚୀ ପଟ୍ଟନାୟକ ଉପସ୍ଥିତ ରହି ଯୋଗ କରିଥିବା ଦେଖିବାକୁ ମିଳିଅଛି l ଏହି ଅବସରରେ ଯୋଗ ଆମ ମାନସିକ ଓ ଶାରୀରିକ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ଏବଂ ଯୋଗ ଖାଲି ଆଜି ଯୋଗ ଦିବସରେ ନୁହେଁ ବରଂ ନିତି ଦିନିଆ ଏହି ଯୋଗକୁ ଆମ ଜୀବନରେ ଆପଣେଇବା କଥା ବୋଲି ଯୁବ ଅଧ୍ୟାପକ ତ୍ରିନାଥ ମତବ୍ୟକ୍ତ କରିଛନ୍ତି । ସୂଚନା ଥାଉ କି, ଯୋଗ ଦିବସ ଯୋଗକୁ ଏକ ଆନ୍ଦୋଳନ ରୂପେ ପ୍ରୋତ୍ସାହନ ଦେବା ଉପରେ ଜୋର ଦିଏ, ଯାହା ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ଥିରତାକୁ ଦୃଢ଼ କରେ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରେ ।ଯୋଗ ଜନସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ସାମଗ୍ରୀକ ଦୃଷ୍ଟିକୋଣ ପ୍ରଦାନ କରେ ଯାହା ଆମ ବ୍ୟସ୍ତବହୁଳ ଜୀବନରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୁଏ l

powered by social2s