'ଅଦିନିଆ ରଥଯାତ୍ରା ହେଉଛି ଇସ୍କନର ସାଂଘାତିକ ଷଡଯନ୍ତ୍ର'

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର : ଶ୍ରୀ ପ୍ରଫୁଲ୍ଲ ରଥ ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ଅଦିନିଆ ରଥଯାତ୍ରା ର ପ୍ରତିବାଦ ସଭାରେ ଇସ୍କନ ପକ୍ଷରୁ ୟୁକେ ଓ ୟୁ ଆର ଏଲ ସହରରେ ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରା କରାଯିବା ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ନୁହେଁ ବୋଲି ମତ ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ପ୍ରେମି ଓ ଗବେଷକ ଶ୍ରୀ ପୀତବାସ ରାଉତ ରାୟ ମଧ୍ୟ ଏହାକୁ ସବୁ ସ୍ତରରେ ଯଥା ଓଡିଶା ସରକାର ଓ ଭାରତ ସରକାର ଙ୍କୁ ଅବଗତ କରି ଜଗନ୍ନାଥ ସଂସ୍କୃତି ର ରକ୍ଷା ନିମନ୍ତେ ଚେଷ୍ଟା କରିବାକୁ ପ୍ରସ୍ତାବ ଦେଇଥିଲେ। ଶ୍ରୀ ଦିଲ୍ଲୀପ ପଟ୍ଟନାୟକ ଅନ୍ତର୍ଜାତୀୟ ଜଗନ୍ନାଥ ପ୍ରତିଷ୍ଠାନ ର ପ୍ରମୁଖ ମଧ୍ୟ ଏହାକୁ ଦୃଢ ଭାବେ ବିରୋଧ କରିବାକୁ ଓଡିଶାବାସି ଙ୍କୁ ଆହ୍ୱାନ ଦେଇଥିଲେ। ଶ୍ରୀ ପ୍ରଫୁଲ୍ଲ ରଥ ମଧ୍ୟ ସାରା ଓଡିଶା ରୁ ଜଗନ୍ନାଥ ପ୍ରେମି ମାନେ ଏହା ବିରୋଧ ରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ କରିଥିଲେ ଓ ଓଡିଶା ର ପ୍ରତେକ ଜାଗାରେ ମହାପ୍ରଭୁ ଙ୍କ ସଂସ୍କୃତି ରକ୍ଷା ନିମନ୍ତେ ଯେଉଁ ଜଗନ୍ନାଥ ପ୍ରେମି ମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ରକ୍ଷକ ଭାବେ ସ୍ୱୀକୃତି ପ୍ରଦାନ କରାଯିବ। ପୂର୍ବରୁ ଅଦିନିଆ ରଥଯାତ୍ରା କରିବାକୁ ବାରମ୍ବାର ନିଷ୍ପତ୍ତିକୁ ଜଗନ୍ନାଥ ପ୍ରେମୀ ଭକ୍ତ ଓ ମୁକ୍ତି ମଣ୍ଡପ ପୁରୀ ଓ ବରିଷ୍ଠ ସେବାୟତ ମାନେ ଘୋର ବିରୋଧ କରିଥିଲେ। ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ନିନ୍ଦା କରି ଏପରି ନ କରିବାକୁ ଇସ୍କନ କତୃପକ୍ଷକୁ ପୂର୍ବରୁ ଜଣାଇଥିଲେ। ଭଗବାନ ଦାଶ,ଡ଼ ନାରାୟଣ ମହାପାତ୍ର ଓ ସୁରେଶ ମିଶ୍ର ଅଦିନିଆ ରଥଯାତ୍ରା ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ଏହି ବିଷୟରେ ଆଜି ଭୁବନେଶ୍ୱର ସହିଦନଗର ସାଂସ୍କୃତିକ ସମିତି ବିଷ୍ଣୁ ମନ୍ଦିର (କଲ୍ୟାଣ ମଣ୍ଡପ ପାଖ )ସହିଦନଗର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ରହି ସମସ୍ତେ ନିଜର ଆଶ୍ରିବଚନ ଦେଇଥିଲେ।

powered by social2s