ସମ୍ବଲପୁର ସରକାରୀ ହୋମିଓପ୍ୟାଥିକ କଲେଜରେ ରାଗୀଙ୍ଗ ଅଭିଯୋଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ସମ୍ବଲପୁର ସରକାରୀ ହୋମିଓପ୍ୟାଥି କଲେଜରେ କିଛି ଛାତ୍ରୀଙ୍କୁ ରାଗିଙ୍ଗ ଅଭିଯୋଗ ହୋଇଛି। ୪ ଛାତ୍ରୀଙ୍କ ସହ ଜଣେ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଆସିଛି। ଗତ ୧ ତାରିଖ ଦିନ ଏନେଇ ଦିଲ୍ଲୀ ଆଣ୍ଟି ରାଗିଙ୍ଗ ସେଲରେ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ଦିଲ୍ଲୀ ଆଣ୍ଟି ରାଗିଙ୍ଗ ସେଲରୁ ଫୋନ ଓ ଇ-ମେଲ୍ ହୋଇଥିଲା। ଅଭିଯୋଗ ଆଧାରରେ କଲେଜ ଆଣ୍ଟି ରାଗିଙ୍ଗ ସେଲ୍ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସିଂହ କହିଛନ୍ତି ଯେ, ମାର୍ଚ୍ଚ ୩୧ ତାରିଖରେ ଦୁଇ ଗୋଷ୍ଠୀ ଛାତ୍ରୀଙ୍କ ମଧ୍ୟରେ ଏକ ବିବାଦ ଦେଖାଦେଇଥିଲା। ବିବାଦ ନେଇ ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ ରାଗିଙ୍ଗ ବିଷୟରେ କୌଣସି ଅଭିଯୋଗ ହୋଇନଥିଲା।

powered by social2s