ଭୁବନେଶ୍ୱର: ଓଡିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ । ତେଣୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯାଉ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ।
ଆଜି ଉତ୍କଳ ବିଶ୍ଵବିଦ୍ୟାଳୟର ସମାଵର୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଓଡ଼ିଆ ରେ ଭାଷଣ ଆରମ୍ଭ କରିଥିଲେ ଓ କହିଥିଲେ ଯେ ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ବେଶ ଉନ୍ନତ।
ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ। ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସୁସଂଘଠିତ କରିଥାଏ ଶିକ୍ଷା ବୋଲି ସେ କହିଛନ୍ତି।
ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ସେମାନେ ହେଲେ ଓଡିଶା ହାଇ କୋଟ ବିଚାରପତି ଜଷ୍ଟିସ ସଂଜୁ ପଣ୍ଡା, RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, CAG ଗିରିଷ ଚନ୍ଦ୍ର ମୁର୍ମୁ, ବାର୍କ ର ନିର୍ଦେଶକ ଅଜିତ ମହାନ୍ତି ଓ OAV ସଙ୍ଗଠକ ଉପଦେଷ୍ଟା ବିଜୟ ସାହୁ।
powered by social2s

