କୋଟର ରାୟକୁ ମାତୃଭାଷାରେ ଲେଖାଯାଉ: ଉପରାଷ୍ଟ୍ରପତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

କଟକ: କୋଟର ରାୟକୁ ମାତୃଭାଷାରେ ଲେଖାଯାଉ। କୋଟ କଚେରୀ ର କାମରେ ମଧ୍ୟ ମାତୃଭାଷାକୁ ଗୁରୁତ୍ୱ ଦିଆଯାଉ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। 

କଟକ ସାରଳା ଭବନରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଅବସରରେ ଯୋଗଦେଇ ଓଡିଆ ମାନେ ନିଜ ଭାଷାରେ ଯୁକ୍ତି ବାଢିବା ଉଚିତ ବୋଲି ସେ କହିଛନ୍ତି। 

ଏହି ଅବସରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନୀତ କରାଯାଇଥିଲା। 

ସୂଚନାଯୋଗ୍ୟ ଉପରାଷ୍ଟ୍ରପତି ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଆସନ୍ତା କାଲି ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। 

ଏନେଇ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ କର୍ମଚାରୀ ଙ୍କ ଆରଟିପିସିଆର ଟେଷ୍ଟ  କରାଯାଇଛି। 

କଟକ ଓ ଭୁବନେଶ୍ୱର ଟୁଇନ୍ ସିଟିର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

 

                                                       

powered by social2s