ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ଜଣେ ଆଫଗାନ ନାଗରିକ ଗିରଫ ହୋଇଛନ୍ତି। ଆଫଗାନିସ୍ତାନରୁ ଆସି କଟକରେ ରହୁଥିଲେ। ଦୀର୍ଘ ୬ ବର୍ଷ ପରେ ଗିରଫ କରିଛି ଏୟାରପୋର୍ଟ ଥାନା ପୁଲିସ। ଗିରଫ ଅଭିଯୁକ୍ତ କାବୁଲର ମହମ୍ମଦ ୟୁସୁଫ। ୟୁସୁଫଠୁ ଭାରତୀୟ ଓ ଆଫଗାନିସ୍ତାନ ପାସ୍ପୋର୍ଟ, ଆଧାରକାର୍ଡ, ଭୋଟର ଆଇଡି, ଜବତ କରିଛି ପୋଲିସ। ଭାରତୀୟ ପାସ୍ପୋର୍ଟ କେମିତି ମିଳିଲା ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ୨୦୧୭ରେ ଆଫଗାନିସ୍ତାନରୁ କୋଲକାତା ଆସିଥିଲେ। ଭିସାର ଅବଧି ୨୦୧୮ ଜାନୁଆରୀ ପର୍ଯ୍ୟନ୍ତ ଥିଲା। ଭିସା ସରିବା ପରେ ଆଫଗାନିସ୍ତାନ ଫେରିନଥିଲେ। କଟକରେ ଜାଲ ଆଧାର କାର୍ଡ କରି ରହୁଥିଲେ ମହମ୍ମଦ ୟୁସୁଫ।
powered by social2s

