ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଯୋଗ ଦିବସ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଆନ୍ତର୍ଜାତିୟ ଯୋଗ ଦିବସ ଉପଲକ୍ଷେ ଭୁବନେଶ୍ୱର ସହିଦନଗର ସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଯୋଗ ଦିବସ ପାଳନ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ସହିଦନଗର ର ବରିଷ୍ଠ ବାସିନ୍ଦା ତଥା ସମାଜସେବୀ ଓ ଯୋଗଗୁରୁ ଶ୍ରୀ ଗୋପାଳ ମହାପାତ୍ର ଯୋଗ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପରିଚାଳନା କରିଥିଲେ ଇ ଏହି ଶିବିର ଟି ଦୁଇଟି ସ୍ତରରେ ବିଭକ୍ତ ହୋଇଥିଲା। ପ୍ରଥମେ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧି ଯିବି, ଓ ସମିତି ର ସଭ୍ଯ ମାନେ ଯୋଗଦାନ କରିଥିଲେ।ଶ୍ରୀ ମହାପାତ୍ର ଯୋଗ ର ଦୈନ୍ୟ ଦିନ ଜୀବନ କୁ କିପରି ଭାବରେ ପ୍ରଭାବିତ କରେ ତାହାର ଇତିହାସ, ଯୋଗ ର ଆଧାରଭୂତ ତଥ୍ଯ ସବୁ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ଓ କିଛି ଯୋଗାସନ ଓ ପ୍ରାଣାୟାମ କରାଯାଇଥିଲା I ଦ୍ଵିତୀୟ ପର୍ଯ୍ୟାୟ ରେ କିଛି ଛୋଟ ପିଲାଙ୍କୁ ନେଇ ଯୋଗ ଅଭ୍ଯାସ କରାଯଇଥିଲା। ଏହି ଥିରେ ମଧ୍ୟ ତାଙ୍କୁ ଯୋଗ ବିଷୟ ରେ ଓ ପ୍ରାଣାୟାମ ବିଷୟ ରେ ସଂକ୍ଷିପ୍ତ ବିବରଣୀ ଦିଆଯାଇଥିଲା। ଏହି ଅବସରରେ ସମିତିର କାର୍ଯ୍ୟକାରୀ ସଭାପତି ଶ୍ରୀ ସରୋଜ କୁମାର ପାତ୍ର,କୋଷାଧ୍ଯକ ଶ୍ରୀ ସ୍ମୃତି ରଞ୍ଜନ ଜେନା,କାର୍ଯ୍ୟକାରୀ ସଭ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ, ବରିଷ୍ଠ ସଭ୍ୟ ଶ୍ରୀ ଦିଲ୍ଲୀପ କୁମାର ମଲ୍ଲିକ, ଶ୍ରୀ ଅଜୟ କୁମାର ଚୌଧୁରୀ,ଶ୍ରୀ ସତ୍ୟନାରାୟଣ ମହାପାତ୍ର, ଶ୍ରୀ ରଞ୍ଜନ କୁମାର ସାମଲ ,ସୁଶ୍ରୀ ଡିମ୍ପଲ ଓ ଅନେକ ସଭ୍ୟ ଯୋଗଦାନ କରିଥିଲେ I ଏହି ସମସ୍ତ କାର୍ଯ୍ୟକ୍ରମ କୁ ସମିତି ର ସମ୍ପାଦକ ଶ୍ରୀ ସଚ୍ଚି ନନ୍ଦନ ନାୟକ ପରିଚାଳନା କରିଥିଲେ ଓ ଶେଷରେ ସେ କହିଥିଲେ କି ଆଗାମୀ ଦିନରେ ସମିତି ପକ୍ଷରୁ ପ୍ରତିଦିନ ଯୋଗ କାର୍ଯ୍ୟକ୍ରମ କୁ କରାଯିବ ଓ ଶେଷ ରେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

powered by social2s