ଜଟଣୀ: (ଶୁଭେନ୍ଦ୍ର ଶତପଥୀ)ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଏବଂ ଗୋପାଳପୁର ଠାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଓ ରାଜ୍ୟ ବ୍ୟାପୀ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଜେପି ସରକାରଙ୍କ ବିରୁଦ୍ଧରେ ଜଟଣୀ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ବୁଧବାର ଜଟଣୀ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ଯୁବ ସଭାପତି ରାଜେଶ ପରିଡ଼ା, ରାଜ୍ୟ ସମ୍ପାଦକ ଦେବୁ ପ୍ରସାଦ ରାଉତରାୟ,ଜଟଣୀ ନଗର ବିଜେଡି ସଭାପତି ଆଶୁତୋଷ ପ୍ରତାପସିଂହ,ଜଟଣୀ ଯୁବ ସଭାପତି ପବିତ୍ର ବିଶ୍ୱାଳ,ଛାତ୍ର ବିଜେଡି ସଭାପତି ସାଗର ସାମନ୍ତରାୟ, ପ୍ରିୟାଂଶୁ ବେହେରାଙ୍କ ସମେତ ଦଳର ଅନ୍ୟ କର୍ମକର୍ତ୍ତା ନାରୀ ନିର୍ଯାତନା ଓ ଦୁଷ୍କର୍ମ ବିରୋଧରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
powered by social2s

