କଳିଙ୍ଗ ଚାରୁ କଳା ମହାବିଦ୍ୟାଳୟ ଓ ଓଡିଶା ମଡର୍ନ ଆର୍ଟ ଗ୍ୟାଲେରୀ ତରଫରୁ ରଥଯାତ୍ରା ଉପଲକ୍ଷେ ଚିତ୍ରକଳା ଶିବିର ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା କଳିଙ୍ଗ ଚାରୁ କଳା ମହାବିଦ୍ୟାଳୟ ଓ ଓଡିଶା ମଡର୍ନ ଆର୍ଟ ଗ୍ୟାଲେରୀ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରଥଯାତ୍ରା ଉପଲକ୍ଷେ ଏକ ଚିତ୍ରକଳା ଶିବିର ଆରମ୍ଭ ହୋଇଛି। ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ଏଥିରେ କଲେଜର ଅଧ୍ୟାପକ ରଘୁନାଥ ସାହୁ, ବସିନ ଟୁଡୁ, ପ୍ରଶାନ୍ତ କୁମାର ମିଶ୍ର ଓ ମନୋରଞ୍ଜନ ଦାସ ଙ୍କ ସହିତ ୨୫ ଜଣ ଛାତ୍ର ଛାତ୍ରୀ ରଥ ଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଆଧାର କରି ବିଭିନ୍ନ ଚିତ୍ର ଆଙ୍କିଛନ୍ତି । ଏହି ଶିବିରର ସମସ୍ତ ଛବି ଗୁଡିକ ଆସନ୍ତା ମାସରେ ପ୍ରଦର୍ଶନୀ କରାଯିବ ବୋଲି ମହାବିଦ୍ୟାଳୟର ଅଧକ୍ଷ ତାରାକାନ୍ତ ପରିଡ଼ା କହିଛନ୍ତି ।

powered by social2s