ଭୁବନେଶ୍ୱର: ବିପଦ ରେ ଶ୍ରୀଜଗନ୍ନାଥ ସଂସ୍କୃତି ଅଦିନିଆ ରଥଯାତ୍ରା ବିଷୟରେ ଏକ ଆଲୋଚନାଚକ୍ର ଆଜି ଗୁଗୁଲ ମିଟ ରେ ହୋଇଯାଇଛି। ଇସ୍କନ ପକ୍ଷରୁ ଦିଲ୍ଲୀ ଓ ଦେଶ ବାହାରେ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା କରାଯାଉଛି। ଡ଼ ନାରାୟଣ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଗୁଗୁଲ ମିଟ ରେ ବରିଷ୍ଠ ଜ୍ୟୋତିର୍ବିଦ ଅରବିନ୍ଦ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ଦାସ, ବିରଜା ଶତପଥୀ, ଡ଼ ଆରତି କର ପଣ୍ଡିତ କାଶୀନାଥ ମିଶ୍ ପ୍ରମୁଖ ଯୋଗଦେଇ ନିଜ ନିଜର ଆଶ୍ରିବାଚନ ଦେଇଥିଲେ। ଆରମ୍ଭରୁ ଭାରତୀ ଭୂଷଣ ପଟ୍ଟନାୟକ ମହାପ୍ରଭୁ ଙ୍କ ଉଦେଶ୍ୟ ରେ ଭଜନ ପରିବେଷଣ କରିଥିଲେ। ଶ୍ରୀ ଦିଲ୍ଲୀପ ପଟ୍ଟନାୟକ ସ୍କନ୍ଦ ପୁରାଣ ଅନୁଯାଇ ଅଦିନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ମତାମତ ଦେଇଥିଲେ। ଶ୍ରୀ ସୁରେଶ ମିଶ୍ର ସ୍କନ୍ଦ ପୁରାଣ ର ଶ୍ଳୋକ ପଢି ତାର ବ୍ୟକ୍ଷା କରିବା ପାଇଁ ଅନୁରୋଧ କରିଥିଲେ। ଅରବିନ୍ଦ ମିଶ୍ର ସମସ୍ତଙ୍କୁ ଜ୍ୟୋତିଷ ବିଦ୍ୟା ଅନୁସାରେ ତିଥି ବାର ନକ୍ଷେତ୍ର ବିଷୟରେ ଆଲୋଚନା କରି ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ଆଶାଡ଼ ଶୁକ୍ଲପକ୍ଷ ଦ୍ୱତୀୟ ରେ ହିଁ ହୋଇପାରିବ, ତାହା ସ୍ୱତନ୍ତ୍ର ଓ ପ୍ରଭୁ ଏହା ଦ୍ୱାରା ଖୁସି ହୁଅନ୍ତି ପ୍ରତେକ ପୂଜା ପାର୍ବଣ ଦିବସ ତିଥି ପୂର୍ଣ୍ଣିମା ଅମାବାସ୍ୟା ଜ୍ୟୋତିଶିକ ଗଣନା ଅନୁସାରେ ସମୟ ମୁହୂର୍ତ ନିର୍ଘଣ୍ଟ ହୋଇଥାଏ ଏବଂ ନକ୍ଷେତ୍ର ଚୟନ କରାଯାଏ,ଅଣସର ଭିତରେ ଥିଲା ବେଳେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା କରାଯାଉଛି। ମଣିମା ସମ୍ପୂର୍ଣ ସୁସ୍ଥ ନ ଥିବା ବେଳେ ରଥଯାତ୍ରା ରେ କେମିତି ଯିବେ? ଅସମୟରେ ରଥଯାତ୍ରା କରି ଇସ୍କନ ଜଗନ୍ନାଥ ଙ୍କ ନାମରେ ବ୍ୟବସାୟ କରୁଛି ଓ ଜଗନ୍ନାଥ ପ୍ରେମି ଭକ୍ତଙ୍କୁ ମାନସିକ ଆଘାତ ଦେଉଛି, ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତି ବିକୃତ ହେଉଛି ଗୋଟିଏ ଦିନରେ ସବୁ ଜାଗାରେ ରଥଯାତ୍ରା ହେଉ ଯେଉଁମାନେ ଜଗନ୍ନାଥ ଙ୍କୁ ନେଇ ରାଜନୀତି କରୁଛନ୍ତି ସେମାନ ଙ୍କ ବିରୋଧ ରେ ସରକାର ଦୃଢ ପଦକ୍ଷେପ ନେବାକୁ ସମସ୍ତେ ମତ ଦେଇଥିଲେ ମନ୍ଦିର ର ରେକର୍ଡ ଅଫ ରାଇଟସ ଅନୁଯାଇ ଏହି ରଥଯାତ୍ରା ୧୩୦୦ ଶତାବ୍ଦୀ ରୁ ଆରମ୍ଭ ହୋଇଥିଲା ଏହା ମଧ୍ୟ ବ୍ରହ୍ମ ପୁରାଣ, ପଦ୍ମ ପୁରାଣ ସ୍କନ୍ଦ ପୁରାଣ ରେ ଲେଖା ଯାଇଛି ଏହାକୁ ଘୋଷ ଯାତ୍ରା ମଧ୍ୟ କୁହାଯାଏ, ପଣ୍ଡିତ କାଶୀନାଥ ମିଶ୍ର ତାଙ୍କ ଆଶ୍ରି ବଚନ ରେ କହିଲେ ଏହା ଅଚ୍ୟୁତାନନ୍ଦ ମାଳିକା ରେ ମଧ୍ୟ ଲେଖା ଯାଇଅଛି। ଅଦିନ ରେ ରଥଯାତ୍ରା ଭିଆଇବେ ଜଗନ୍ନାଥ ଧାମ କୁ ଖେଳ ଘର ମଣୁ ଥିବେ। ଆଶିନ ଓ ପୌଷ ମାସରେ ରଥଯାତ୍ରା କରିବେ ମାନବ ସମାଜ ଓ ପୃଥିବୀ ର ବିନାଶ ଘଟାଇବେ। ଆସନ୍ତାକାଲି ରଥଯାତ୍ରା ତା ପୂର୍ବରୁ ଯାହା ପାଇଲୁ ପ୍ରଦାନ କଲୁ ଆଗାମୀ ଦିନରେ ଏହାର ଆହୁରି ସମୀକ୍ଷା ଆବଶ୍ୟକ, ଆଶା କରୁଛି ଆମର ଜ୍ଞାନୀ ଗୁଣି ଓ ମହାନୁଭବ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବେ, ଶ୍ରୀ ଅରବିନ୍ଦ ମିଶ୍ର ମଧ୍ୟ ବିସ୍ତୃତ ଭାବେ ଗଣନା କରି ତାଙ୍କ ମତ ଦେଇଛନ୍ତି।
ଅଦିନିଆ ରଥଯାତ୍ରା ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

