ଇସ୍କନ ର ଅଦିନିଆ ରଥଯାତ୍ରା ବିଷୟରେ ପ୍ରତିବାଦ ସଭା ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଇସ୍କନ ର ପୁଣି ଜୁଲାଇ ୨୦ ତାରିଖରେ ଲଣ୍ଡନ ରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ନିନ୍ଦା କରି ଏକ ପ୍ରତିବାଦ ସଭା ଆଜି ଭୁବନେଶ୍ୱର ସହିଦନଗର ଠାରେ ଅନୁଷ୍ଠିତ ହୋଇଯାଇଛି। ଇସ୍କନ ପକ୍ଷରୁ ଦିଲ୍ଲୀ ଓ ଦେଶ ବାହାରେ ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା କରାଯାଉଛି। ଡ଼ ନାରାୟଣ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ପ୍ରତିବାଦ ସଭା ଓ ସାମ୍ବାଦିକ ସମ୍ମିଳନୀ ରେ ମାନସ ସାହୁ, ବ୍ରଜ କିଶୋର ରାଉତରାୟ ଭାରତୀ ଭୂଷଣ ପଟ୍ଟନାୟକ ଓ ପୁଷ୍ପଲତା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ମଧ୍ୟ ବରିଷ୍ଠ ଜ୍ୟୋତିର୍ବିଦ ଅରବିନ୍ଦ ମିଶ୍ର, ଅରୁଣ କୁମାର ପାଣି, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ଦାସ, ବିରଜା ଶତପଥୀ, ଡ଼ ଆରତି କର, ପଣ୍ଡିତ କାଶୀନାଥ ମିଶ୍ର ପ୍ରମୁଖ ଯୋଗଦେଇ ନିଜେ ନିଜର ଆଶ୍ରିବାଚନ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀ ରେ ପ୍ରଥମ ରୁ ଭାରତୀ ଭୂଷଣ ପଟ୍ଟନାୟକ ମହାପ୍ରଭୁ ଙ୍କ ଉଦେଶ୍ୟ ରେ ଭଜନ ପରିବେଷଣ କରିଥିଲେ। ଶ୍ରୀ ପ୍ରଫୁଲ୍ଲ ରଥ,ଶ୍ରୀ ଦିଲ୍ଲୀପ ପଟ୍ଟନାୟକ, ପୀତବାସ ରାଉତରାୟ ମଧ୍ୟ ସ୍କନ୍ଦ ପୁରାଣ ଅନୁଯାଇ ଅଦିନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ମତାମତ ଦେଇଥିଲେ। ବରିଷ୍ଠ ଜ୍ୟୋତିଷ ଅରବିନ୍ଦ ମିଶ୍ର ଓ ଅରୁଣ କୁମାର ପାଣି ସମସ୍ତଙ୍କୁ ଜ୍ୟୋତିଷ ବିଦ୍ୟା ଅନୁସାରେ ତିଥି ବାର ନକ୍ଷେତ୍ର ବିଷୟରେ ଆଲୋଚନା କରି ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ଆଶାଡ଼ ଶୁକ୍ଲପକ୍ଷ ଦ୍ୱତୀୟ ରେ ହିଁ ହୋଇ ପାରିବ, ତାହା ସ୍ୱତନ୍ତ୍ର ଓ ପ୍ରଭୁ ଏହା ଦ୍ୱାରା ଖୁସି ହୁଅନ୍ତି ପ୍ରତେକ ପୂଜା ପାର୍ବଣ ଦିବସ ତିଥି ପୂର୍ଣ୍ଣିମା ଅମାବାସ୍ୟା ଜ୍ୟୋତିଶିକ ଗଣନା ଅନୁସାରେ ସମୟ ମୁହୂର୍ତ ନିର୍ଘଣ୍ଟ ହୋଇଥାଏ ଏବଂ ନକ୍ଷେତ୍ର ଚୟନ କରାଯାଏ,ଅଣସର ଭିତରେ ଥିଲା ବେଳେ ମଧ୍ୟ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା କରିଅଛି, ଅସମୟରେ ରଥଯାତ୍ରା କରି ଇସ୍କନ ଜଗନ୍ନାଥ ଙ୍କ ନାମରେ ବ୍ୟବସାୟ କରୁଛି ଓ ଜଗନ୍ନାଥ ପ୍ରେମି ଭକ୍ତଙ୍କୁ ମାନସିକ ଆଘାତ ଦେଉଛି, ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତି ବିକୃତ ହେଉଛି ଗୋଟିଏ ଦିନରେ ସବୁ ଜାଗାରେ ରଥଯାତ୍ରା ହେଉ ଯେଉଁମାନେ ଜଗନ୍ନାଥ ଙ୍କୁ ନେଇ ରାଜନୀତି କରୁଛନ୍ତି ସେମାନ ଙ୍କ ବିରୋଧ ରେ ସରକାର ଦୃଢ ପଦକ୍ଷେପ ନେବାକୁ ସମସ୍ତେ ମତ ଦେଇଥିଲେ ମନ୍ଦିର ର ରେକର୍ଡ ଅଫ ରାଇଟସ ଅନୁଯାଇ ଏହି ରଥଯାତ୍ରା ୧୩୦୦ ଶତାବ୍ଦୀ ରୁ ଆରମ୍ଭ ହୋଇଥିଲା। ଏହା ମଧ୍ୟ ବ୍ରହ୍ମ ପୁରାଣ, ପଦ୍ମ ପୁରାଣ ସ୍କନ୍ଦ ପୁରାଣ ରେ ଲେଖା ଯାଇଛି ଏହାକୁ ଘୋଷ ଯାତ୍ରା ମଧ୍ୟ କୁହାଯାଏ, ପଣ୍ଡିତ କାଶୀନାଥ ମିଶ୍ର ତାଙ୍କ ଆଶ୍ରି ବଚନ ରେ କହିଲେ ଏହା ଅଚ୍ୟୁତାନନ୍ଦ ମାଳିକା ରେ ମଧ୍ୟ ଲେଖା ଯାଇଅଛି। ଅଦିନ ରେ ରଥଯାତ୍ରା ଭିଆଇବେ ଜଗନ୍ନାଥ ଧାମ କୁ ଖେଳ ଘର ମଣୁ ଥିବେ। ଆଶିନ ଓ ପୌଷ ମାସରେ ରଥଯାତ୍ରା କରିବେ ମାନବ ସମାଜ ଓ ପୃଥିବୀ ର ବିନାଶ ଘଟାଇବେ, ଆଶା କରୁଛି ଆମର ଜ୍ଞାନୀ ଗୁଣି ଓ ମହାନୁଭବ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବେ। ଦୁଇ ବରିଷ୍ଠ ଜ୍ୟୋତିଷ ମଧ୍ୟ ବିସ୍ତୃତ ଭାବେ ଗଣନା କରି ତାଙ୍କ ମତ ଦେଇଛନ୍ତି। ଏହି ସୂଚନା ଦେଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର ପାଇଁ ଉଦିଷ୍ଟ ଡ଼ ନାରାୟଣ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ।

powered by social2s