ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଯୋଡ଼ାଆମ୍ବ ଛକରେ ଥିବା ଏକ ଏଟିଏମ୍ କାଟି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଏଟିଏମ୍ ନିକଟରେ ଥିବା ସିସିଟିଭିରେ କଳା ରଙ୍ଗର ସ୍ପ୍ରେ ମାରିବା ପରେ ସଟର ତାଲା କାଟି ଏଟିଏମ୍ ଥିବା ସ୍ଥାନରେ ପଶିଥିଲେ। ଏହା ପରେ ଗ୍ୟାସ୍ କଟରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍ କାଟି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ।
powered by social2s

