ଡ୍ରାଇଭର ସଂଘର ଆନ୍ଦୋଳନକୁ ସମର୍ଥନ କଲେ ରାହୁଲ ଗାନ୍ଧୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଡ୍ରାଇଭର ସଂଘର ଆନ୍ଦୋଳନକୁ ସମର୍ଥନ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ଏକ ସମାବେଶରେ ଯୋଗଦେଇ ରାହୁଲ କହିଛନ୍ତି ଯେ, ଡ୍ରାଇଭରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଇଥିଲା। କଂଗ୍ରେସ ସମାବେଶକୁ ଭଣ୍ଡୁର ପାଇଁ ଉଦ୍ୟମ ହୋଇଥିଲା। ଡ୍ରାଇଭର ସଂଘ ତାଙ୍କ କଥା ନଶୁଣି କଂଗ୍ରେସକୁ ସମର୍ଥନ କରିଥିବାରୁ ହୃଦୟରୁ ଧନ୍ୟବାଦ ଦଉଛି ବୋଲି ସେ ସୂଚନା ଦେଇଛନ୍ତି। ଡ୍ରାଇଭର ମହାସଂଘର ଦାବି ପୂରଣ ହେବା ଆବଶ୍ୟକ ବୋଲି ରାହୁଲ ପ୍ରକାଶ କରିଛନ୍ତି। ଏଥର ରଥଯାତ୍ରା ବେଳେ ଅଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଯାଇଥିଲା। ଏହା ଏକ ଦୁଃଖର ବିଷୟ ବୋଲି କହିଲେ ରାହୁଲ।

powered by social2s