ଭୁବନେଶ୍ଵର: ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଅଭିଯୁକ୍ତ ଏଚ୍ ଓ ଡି ସମୀର କୁମାର ସାହୁ ଗିରଫ ହୋଇଥିବା ସୂଚନା। ପ୍ରିନ୍ସିପାଲ ଦିଲୀପ ଘୋଷ ନିଲମ୍ବିତ ହୋଇଛନ୍ତି। ଘଟଣାର ସବୁ ଦିଗରୁ ତଦନ୍ତ ଚାଲିଛି। ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଇଣ୍ଟରନାଲ୍ କମିଟି କ'ଣ ନିଷ୍ପତ୍ତି ନେଇଥିଲା, ତର୍ଜମା ଚାଲିଛି। ଛାତ୍ରୀ ସୌମ୍ୟଶ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଫକିର ମୋହନ କଲେଜରେ ଦୁର୍ବ୍ୟବହାର ସହି ନପାରି ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ଯ କୌଣସି ସାହାଯ୍ଯ ମିଳିନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ।
powered by social2s

