ଆଜି ବିଜେଡି ପକ୍ଷରୁ ବାଲେଶ୍ବର ବନ୍ଦ ଡାକରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ୱର: ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ବନ୍ଦ ଡାକରା ଦେଇଛି ବିଜେଡି। ସକାଳ ୬ଟାରୁ ଅପରାହ୍‌ଣ ୨ଟା ଯାଏ ବନ୍ଦ ପାଳୁଛି ବିଜେଡି। ପୀଡ଼ିତାଙ୍କୁ ନ୍ୟାୟ ଓ ମାମଲାର ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ଭୁବନେଶ୍ବରରେ ବି ଲୋକସେବା ଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି। ବନ୍ଦ ଯୋଗୁଁ ଦୋକାନ, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଦଳୀୟ କର୍ମୀ।

powered by social2s