ପ୍ରାକୃତିକ କୃଷୀ ଏବଂ ଏହାର ପ୍ରମାଣୀକରଣ ସମ୍ବନ୍ଧରେ ୨ ଦିନିଆ ରାଜ୍ଯ ସ୍ତରୀୟ କର୍ମଶାଳା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜାତୀୟ ପ୍ରାକୃତିକ କୃଷୀ ମିଶନ୍ ଅନ୍ତର୍ଗତ ଓଡ଼ିଶାର ୧୦ଟି ଜିଲ୍ଲାରେ ଓଡ଼ିଶା ସରକାର ୨୪ ହଜାର ୧୫୦ ହେକ୍ଟର ଜମିରେ ପ୍ରାକୃତିକ ଚାଷ ଆରମ୍ଭ କରିଛନ୍ତି। ରାଜ୍ୟର ୬୦ ହଜାର ୩୭୫ ଚାଷୀଙ୍କ ସହିତ ଏହା ଆରମ୍ଭ କରାଯାଇଛି। ପ୍ରାକୃତିକ ଚାଷ କଲେ ସେସବୁକୁ କିଭଳି ପ୍ରମାଣୀକରଣ କରାଯାଇପାରିବ ସେ ବିଷୟରେ ସଚେତନ ସୃଷ୍ଟି କରିବା ପାଇଁ ଭୁବନେଶ୍ୱରରେ ୨ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନିଆ କର୍ମଶାଳାରେ ପ୍ରାକୃତିକ କୃଷି ପ୍ରମାଣୀକରଣ ସମ୍ବନ୍ଧିତ ଆଲୋଚନା ହୋଇଛି। ଫାଉଣ୍ଡେସନ ଫର୍ ଇକୋଲୋଜିକଲ୍ ସିକ୍ୟୁରିଟି ଏବଂ ଏନ୍.ସି.ଏନ୍.ଏଫ୍ ଓଡ଼ିଶା ଚପ୍ଟର ର ମିଳିତ ସହଯୋଗରେ ଭୁବନେଶ୍ଵରରେ ଆୟୋଜିତ ହୋଇଛି କର୍ମଶାଳା। କର୍ମଶାଳାରେ ଆର.ସି.ଓ.ଏନ୍.ଏଫ୍ ର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ଜଗତ ସିଂହ, ଓଡ଼ିଶା ସରକାରଙ୍କର କୃଷି ଏବଂ କୃଷି ସଶକ୍ତିକରଣ ବିଭାଗ ର ଅତିରିକ୍ତ ନିର୍ଦ୍ଦେଶକ ବଳରାମ ସୁବୁଦ୍ଧି ଏବଂ ଷ୍ଟେଟ ବାୟୋ କେମିଷ୍ଟ ମାର୍କଣ୍ଡ ସାହୁ ଯୋଗଦେଇ ପ୍ରାକୃତିକ କୃଷି ଏବଂ ଏହାର ପ୍ରମାଣୀକରଣ ଉପରେ ସବିଶେଷ ଆଲୋଚନା କରିଛନ୍ତି। ସେହିପରି ଏହି କର୍ମଶାଳାରେ ପଦ୍ମଶ୍ରୀ ଡ଼ ସାବରମତୀ, ପ୍ରକୃତି କୃଷି ବିଶେଷଜ୍ଞ ଏକାଦଶୀ ନନ୍ଦୀ, ରୋହିତ ପାରଖ ଯୋଗଦାନ କରି ପ୍ରାକୃତିକ କୃଷି ବିଷୟର ଆଲୋକପାତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ନର୍ମଦେନ୍ଦୁ ଜ୍ୟୋତିସି, ହୃଷୀକେଶ ମହାପାତ୍ର, ଶ୍ରୀଧର ବେହେରା, ଦେବାଶିଷ ଦାଶ ଏବଂ ଡ଼ ମହମ୍ମଦ ଇମ୍ରାନ୍ ଆଲି ପ୍ରମୁଖ ପରିଚାଳନା କରିଛନ୍ତି। ଏହି କର୍ମଶାଳାରେ ରାଜ୍ୟ ର ବିଭିନ୍ନ ସ୍ବେଛାସେବୀ ସଂଗଠନର ପ୍ରତିନିଧି ମାନେ ଯୋଗ ଦେଇଛନ୍ତି। ପ୍ରାକୃତିକ କୃଷି ଦ୍ୱାରା କିପରି ପରିବେଶ ସୁରକ୍ଷିତ ରହେ, ଏହାସହ ଆମ ସ୍ବାସ୍ଥ୍ୟ ଭଲ ରହେ, ସେ ବିଷୟର ମଧ୍ୟ ଆଲୋଚନା ହୋଇଛି।

powered by social2s