ଭୁବନେଶ୍ୱର: ଜାତୀୟ ସଂକ୍ରମଣ ହାର ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି। ଏବେ କଟକଣା ଅପେକ୍ଷା ସଚେତନତାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଅଗକୁ ଟେଷ୍ଟିଙ୍ଗ ବଢାଯିବ। ବର୍ତ୍ତମାନ ହସପିଟାଲରେ ମେଡ଼ିସିନ ଓ ବେଡ଼ ବ୍ୟବସ୍ଥା ପ୍ରସ୍ତୁତ ଅଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ କହିବା ଅନୁଯାୟୀ, ଆଜି ରାଜ୍ୟରେ ପହଁଚିବ ୩,୪୯,୦୦୦ କରୋନା ଟିକା। ଯେତିକି ଟିକା ଆସୁଛି ତାହା ୩ ଦିନରେ ସରିଯିବ। ଅଧିକ ଟିକା ନ ଆସିଲେ ଟିକାକରଣ ବାଧାପ୍ରାପ୍ତ ହୋଇପାରେ ବୋଲି ପାଣିଗ୍ରାହୀ କହିଛନ୍ତି। ତେଣୁ ଟିକା ପାଇଁ ପୁଣି କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ସେହିଭଳି ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଦୈନିକ ୨ ଲକ୍ଷ ଟାର୍ଗେଟ ଟପିଛି କୋଭିଡ ଟିକାକରଣ। ଗତକାଲି ରାଜ୍ୟରେ ୨,୬୩,୦୪୧ ଜଣଙ୍କୁ ଟିକାକରଣ କରାଯାଇଛି।
powered by social2s

