ଓଡିଶାରେ କରୋନା ସଂକ୍ରମଣ କମାଇବା ପାଇଁ କାଳିଠୁ ସ୍ପେଶାଲ ଡ୍ରାଇଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର: ଓଡିଶାରେ କରୋନା ସଂକ୍ରମଣ କମାଇବାକୁ କାଳିଠୁ ପୋଲିସ ପକ୍ଷରୁ ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ

 

ଏପ୍ରିଲ ୧୬ ଯାଏଁ ଚାଲିବାକୁ ଥିବା ଏହି ଡ୍ରାଇଭରେ ମାସ୍କ, ଓ ସାମାଜିକ ଦୂରତ୍ୱ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ରାଜ୍ୟରେ ଅଧିକ ପୋଲିସ ମୁତୟନ ପାଇଁ ଡିଜିପି ଅଭୟ ନିର୍ଦେଶ ଦେଇଛନ୍ତି।

 

ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଏଥିରେ ୧୦ ଦିନ ସ୍ପେଶାଲ ଡ୍ରାଇଭ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ସଂକ୍ରମଣ ହ୍ରାସ ପାଇଁ ଅଧିକ ପୁଲିସ ମୃତୟନ କରିବାକୁ କହିଛନ୍ତି। 

ସାରା ରାଜ୍ୟରେ ପୁଲିସ ମୃତୟନ କରି ସ୍ପେଶାଲ ଡ୍ରାଇଭ କରିବାକୁ ଡିଜିଙ୍କୁ କୁହାଯାଇଛି। 

 

ସେହିଭଳି ନୂଆ ସଚେତନତା କ୍ୟାମ୍ପନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। 

ରାଜ୍ୟରେ କୋଭିଡ ସଚେତନତାରେ ନିୟୋଜିତ ହେବେ ପଞ୍ଚାୟତ ପ୍ରତିନିଧି ଓ ମିଶନ ଶକ୍ତିର ମହିଳା ମାନେ। 

 

ଛତିଶଗଡ଼ରେ କରୋନା ସଂକ୍ରମଣ ବଢୁଥିବାରୁ ଓଡିଶାରେ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଁ ମଧ୍ୟ କୁହାଯାଇଛି। 

ପଶ୍ଚିମ ଓଡ଼ିଶାରେ ଅଧିକ ପାରାମେଡିକାଲ ଷ୍ଟାପ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

 

ସେହିଭଳି ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପଶ୍ଚିମ ଓଡିଶା ଗସ୍ତରେ ଯିବା ପାଇଁ କୁହାଯାଇଛି। 

 

ଆଜିର ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଏସିଏସ୍, ଉନ୍ନୟନ କମିଶନର, ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

   

 

powered by social2s