ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଶ୍ରୀଜନ୍ନାଥଙ୍କ ପାଞ୍ଚରାତ୍ର ମହୋତ୍ସବ କମିଟି ମିଳିତ ସହଯୋଗରେ, ଚକେଇସିହାନି, ସମୟଗାଡିଆ, ମଧ୍ୟ ଭୁନେଶ୍ବରସ୍ଥିତ ଶ୍ରୀଲକ୍ଷ୍ମନାରାୟଣ ମନ୍ଦିରରେ ହେଉଥିବା ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଚତୁର୍ଥ ଦିନରେ ପହଂଚିଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବହୁତ ଭଲ ଭାବେ କାର୍ଯ୍ୟକ୍ରମ ହେଉଅଛି। ଆଜିର କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ପରଶୁରାମ ପତି, ଶ୍ରୀ କଲ୍ୟାଣ ପତି ଙ୍କ ଉପସ୍ଥିତି ଥିଲେ, ଭଜନ ଓ ସଙ୍କୀର୍ତ୍ତନ କାର୍ଯକ୍ରମ କୁ ଶ୍ରୀ ପ୍ରଶାନ୍ତ ବେହେରା, ବିପିନ ବିହାରୀ ସ୍ୱାଇଁ, ତ୍ରିଲୋଚନ ନାୟକ ପରିଚାଳନା କରିଥିଲେ, ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ।
ଶ୍ରୀଜଗନ୍ନାଥଙ୍କ ସଙ୍କୀର୍ତ୍ତନରେ ସମସ୍ତେ ମିଳିମିଶି ଅତିସୁନ୍ଦର ଭାବରେ ବୋଲିଥିଲେ। ତତ୍ ପରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଦ୍ଵାରା ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା।
କଥାମୃତ ବହୁତ ଉଚ୍ଚକୋଟୀର ହୋଇଥିଲା। ଏହି ଭବ୍ୟ କାର୍ଯ୍ୟ ରେ ଲଲିତ ମୋହନ ପଣ୍ଡା, ଶ୍ରୀନିବାସ ରାଓ, ଶରତ ବଳ, ପୂର୍ଣ୍ଣଚନ୍ଦ୍ର ରଥ, ଶରତ ଦାସ, ରାମଚନ୍ଦ୍ର ପାଢ଼ୀ,କୃଷ୍ଚ ଚନ୍ଦ୍ର ଦାସ, ମନୋଜ ନାୟକ, ଅଚ୍ୟୁତ ପ୍ରସାଦ ବେହେରା,ଚକ୍ରଧର ତ୍ରୀପାଠି, ଗୌରହରି ନାୟକ ଓ ବହୁ ଭକ୍ତ ଯୋଗଦେଇଥିଲେ।
ଶ୍ରୀଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମରେ ପ୍ରବଚନ ଓ କଥାମୃତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

